Spread the love

( ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା) ଜଗତସିଂହପୁର
ତା=୯/୯/୨୦୨୩
ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ପୁର୍ବତନ ସଭାପତି ତଥା ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ସେବା ନିବୃତ୍ତ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଇଓ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବିଇଓ ପବିତ୍ର କୁମାର କର, ଓଷ୍ଟା ସଂଘର ବସନ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ, ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତି ସଭ୍ୟ ପ୍ରବୀର କୁମାର ରାୟ,ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଲୋକପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କ କୃତୀ ଶିକ୍ଷକ ଜୀବନର ସ୍ମୃତି ଚାରଣ କରିଥିଲେ।ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର କୋଣଅନୁକୋଣରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ,ପ୍ରାକ୍ତନ ଛାତ୍ରୀ ଓ ବର୍ତ୍ତମାନର ଛାତ୍ରୀ ମାନେ ବିଦାୟୀ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ବିଭିନ୍ନ ଉପକରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ବିଜୟ କୁମାର ମହାନ୍ତି ଏରସମା ବ୍ଲକ ଗଡବିଶୁନପୁର,ତିର୍ତ୍ତୋଲ, ମଣିଜଙ୍ଗା ଆଦି ହାଇସ୍କୁଲରେ ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିବା ସହ ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଲୋକପ୍ରିୟତା ହାସଲ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

:

Leave a Reply

Your email address will not be published. Required fields are marked *