Spread the love

ଶିକ୍ଷାର ପରିବର୍ତ୍ତନ ହେଲେ ବି ଶିକ୍ଷକ ଭୂମିକା ଶ୍ରେଷ୍ଠ, ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ, କଳାହାଣ୍ତି

ଭବାନୀପାଟଣା (ଜାଗ୍ରତ ଭାରତ)ଭବାନୀପାଟଣା ସହରସ୍ଥିତ କଳାକାର ସଂଘ କାର୍ଯ୍ୟଳୟ ଠାରେ କଳାହାଣ୍ଡି ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ଗୁରୁ ଦିବସ ୨୦୭୬ ପାଳନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟକ ଅନାମ ନାଏକ ଯୋଗଦେଇଥିବାବେଳେ ସମ୍ମାନୀୟ ଅତିଥି ରୂପେ ଅବସରପ୍ରାପ୍ତ ଟେଜେରିଅଫ୍ସର ଏମ . ବୁରାନ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଜନାର୍ଦନ ମାଝୀ, ସଭାରେ ଗୁରୁଦିବସ ପାଳନ ଉପରେ ବିସ୍ତାର ଆଲୋଚନା ପରେ ପରେ ଅବସରପ୍ରାପ୍ତ କକ୍ଷକ ସୁଧର କୁମାର ରଥ କକ୍ଷକ ଓ ଛାତ୍ର ସଂପର୍କ ଉପରେ ଆଲୋକପାତ କରିଥିଲେ।। ସଂଘର ସଭାପତି ସନ୍ତୋଷ ଚୈଧୂରୀ ବର୍ତ୍ତମା ଶିକ୍ଷାନୀତି ପରିବର୍ତ୍ତନ ଉପରେ ଅଭିଭାଷଣରଖିଥିଲେ।ସେହିପରି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ଗଙ୍ଗାଧର ପ୍ରଧାନ ମତ୍ତ ବ୍ୟକ୍ତ କରିଥିଲେ। ଶିକ୍ଷାନୀତି ଯେତେ ପରିବର୍ତ୍ତନ ହେଲେ ହେଁ ଶିକ୍ଷକମାନଙ୍କ ଭୂମିକା ଅତିି ଗୁରୁତ୍ୱପୂର୍ଣ୍ଣ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକ୍ ମାନଙ୍କଠାରୁ ଅବସରପ୍ରାପ୍ତ କକ୍ଷକମାନେ ଯୋଗଦେଇଥିଲେ । ସଂଘ ପକ୍ଷରୁ କିଛି ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ସବ କୁ ସଫଳ କରାଇବାରେ ମୁକ୍ତେଶ୍ଵର ପଟନାୟୁକ,ଅଶୋକ ବାବୁ, ଶରତ ଦିବେଦୀ, ଗରୁଡ଼ସାହୁ, ସମାଦ୍ରି ସାହୁ, ସୁବାସ ପଣ୍ଡା- ଚକ୍ରଧର ମିଶ୍ର, ଗୋକୁଳ ସାହୁ କିଶୋର ଦାସ ପ୍ରମୁଖ ଭୂମିକା ତୁଲେଇଥିଲେ।

Leave a Reply

Your email address will not be published. Required fields are marked *