ଶିକ୍ଷା ଏକ ସଂସ୍କାରୀ ସମାଜର ଗଠନର ମୂଳଦୁଆ ପକାଇଥିବା ଶିକ୍ଷାୟତନ ଏକ ପରମ ତୀର୍ଥ
ବିନୋଦ ବିହାରୀ ହାଇସ୍କୁଲ ର ପ୍ଲାଟିନମ୍ ଜୁବୁଲି ଉଦଘାଟିତ
ଯାଜପୁର,୨୨ା୧୧,(ନି.ପ୍ର):ଶିକ୍ଷା ଏକ ସଂସ୍କାରୀ ସମାଜର ଗଠନର ମୂଳଦୁଆ ପକାଇଥିବା ଶିକ୍ଷାୟତନ ଏକ ପରମ ତୀର୍ଥ ବେଲି ବିଞ୍ଝାରପୁର ବ୍ଲକର ପ୍ରୀତିପୁର ସ୍ଥିତ ବିନୋଦ ବିହାରୀ ହାଇସ୍କୁଲ ର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗଦେଇ. ବକ୍ତା ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ା ଆଜି. ପ୍ରୀତିପୁର ସ୍ଥିତ ବିନୋଦ ବିହାରୀ ହାଇସ୍କୁଲ .ପ୍ଲାଟିନମ ଜୁବୁଲି ଉଦଘାଟିତ ହୋଇ ଯାଇଛି ା ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ତଥା ଉଦଘାଟକ ଭାବରେ ରାଜ୍ୟସଭା ସାଂସଦ ତଥା.ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର .ଆଦିତ୍ୟ ପ୍ରସାଦ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବାଚସ୍ପତି ତଥା ସ୍ଥାନୀୟ ବିଧାୟକ.ପ୍ରମିଳା ମଲିକ,ଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ହ୍ରୁଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ରମାକାନ୍ତ ପଣ୍ଡା.ବିଶିଷ୍ଟ ମୂର୍ତ୍ତିଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପ୍ରଧାନ ଶିକ୍ଷକ ସେକ୍ ନୁରୁଲ ହୋସେନ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ା ପୁରାତନ ଛାତ୍ର ସଂସଦର ସଭାପତି ବିଶିଷ୍ଟ.ଶିକ୍ଷାବିତ୍ ଡ.କେଶବଚନ୍ଦ୍ର ଶତପଥୀଙ୍କ ସଭାପତି ଭାବରେ ସଭା ପରିଚାଳନା କରିଥିଲେ ା ପୁରାତନ ଛାତ୍ର ସଂସଦର ସମ୍ପାଦକ ଧୂରେନ୍ଦ୍ର ନାଥ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ା ପ୍ରଫେସର ଡ.ସୁଜାତା ପତି ବିଦ୍ୟାଳୟ ପ୍ରତିଷ୍ଠାର ଇତିହାସ ଉପସ୍ଥାପନ କରିଥିଲେ ା ପ୍ରଧାନ ଶିକ୍ଷକ ସେକ୍ ନୁରୁଲ ହୋସେନ୍ ବାର୍ଷିକ ବିବରଣୀ ପାଠ କରିଥିଲେ ାବିଶିଷ୍ଟ ବ୍ୟକ୍ତିଙ୍କ ବିଜେପି ନେତା ଗୈାତମ ରାୟ, ଇଂ ରମାବଲ୍ଲଭ ସ୍ବାଇଁ, ଇଂ.ଅବଧୂତ ସ୍ବାଇଁ, ପୂର୍ବତନ ଶିକ୍ଷକ ପଣ୍ଡିତ ଲକ୍ଷ୍ମୀଧର ମିଶ୍ର,ନଟବର ବେହେରା, କମ୍ପାନୀ ସେକ୍ରେଟାରୀ ଗୋପବନ୍ଧୁ ନାୟକ,ଶିକ୍ଷାବିତ୍ ରବୀନ୍ଦ୍ର ନାଥ ବେହେରାଙ୍କ ସମେତ ବହୁ ବିଶିଷ୍ଟ.ବ୍ୟକ୍ତିମାନେ ମଞ୍ଚ ତଳେ ବସିଥିବା ଦେଖିବାକୁ ମିଳିଥିଲା ା ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସହକାରୀ ନିର୍ଦେଶିକା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସୁଶ୍ରୀ ସଙ୍ଗୀତା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସେଠୀ,ପୂର୍ବତନ ଶିକ୍ଷକ ଦେବାଶିଷ ବେହେରା, ନଟବର ବେହେରା,ବିଜ୍ଞାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ପଣ୍ଡା,ପଣ୍ଡିତ ଲକ୍ଷ୍ମୀଧର ମିଶ୍ର, ହ୍ରୁଷିକେଶ ସାହୁ, ପ୍ରଦୀପ୍ତ କୁମାର ରାଉତ, ବିବେକାନନ୍ଦ ମହାନ୍ତି,ପ୍ରେମଲତା ପତି, ସଦାଶିବ ମଲିକ. ପ୍ରଫ୍ଲ୍ଲବକୁମାର ଦେବତା, ଅଜିତ ଦାସ, କ୍ଷୀରୋଦ ମିଶ୍ର, ବିଜୟାନନ୍ଦ ନାୟକ, ରବିନାରାୟଣ ଦାସ, ପ୍ରମୋଦ ସାମଲ,. ରବିନାରାୟଣ ସାମଲ,ଛୟାପତି ଯେନା, ପ୍ରାଧ୍ୟାପକ କ୍ଷୀରୋଦ କୁମାର ବେହେରା, ଚୈତନ୍ୟବଚରଣ ସ୍ବାଇଁ, ବେଳାରାଣୀ ଆଚାର୍ଯ୍ୟ, ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ା ରବିନାରାୟଣ ସାମଲ, କୈଳାସ ଯେନା, ସୁଧୀର ଭୂୟାଁ, ବ୍ରଜକିଶୋର ପାଗଳ, ମଳୟ କୁମାର ନାୟକ , ନିରଞ୍ଜନ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା
