Spread the love

ଭୂବନେଶ୍ବର,୨୫/୪ : ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନ ରେ ରହିଛି। ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣ କୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ।

ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି। ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି। ସେହିପରି ଜାତୀୟ ଉଦ୍ୟାନ ର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼,ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି। ପୁରା ଶିମିଳିପାଳରେ ଯେଭଳି ଆଗରୁ ସମସ୍ତ ପ୍ରକାର ନିୟମ କାନୁନ୍ କଡାକଡି ରଖାଯାଇଥିଲା ସେହିଭଳି ନିୟମ ବଳବତ୍ତର ରହିବ। ଜୀବଜନ୍ତୁ ସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବା ପ୍ରଧାନ ଲକ୍ଷ୍ୟ ରହିବା ସହିତ ସେହି ଅଞ୍ଚଳର ଅଧିବାସୀ ମାନେ କିଭଳି ଜାତୀୟ ଉଦ୍ୟାନ ସହିତ ଯୋଡ଼ି ହେବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତ ହେବେ ତାହା ଉପରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଶିମିଳିପାଳର ଉପ ନିର୍ଦେଶକ ସମ୍ରାଟ ଗୌଡା କହିଛନ୍ତି।

Leave a Reply

Your email address will not be published. Required fields are marked *