Spread the love

ଶୂନ ଦୁର୍ଘଟଣାପକ୍ଷ ପାଳନ , ହେଲେ ଥମୁନି ସଡ଼କ ଦୁର୍ଘଟଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା ଶୂନ ଦୁର୍ଘଟଣା ପକ୍ଷ, ଯାହା ଏକ ପ୍ରହସନ ମନେହୁଏ, ଏପଟେ ଥମିବାରେ ନା ଧରୁନି ସଡ଼କ ଦୁର୍ଘଟଣା । ଗତ ୧୩ ତାରିଖ ଦିନ ଖୋଦ୍ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଯାହା ପାଇଁ ୧୩ ବ୍ଲକ ରେ ୧୩ଟି ସଚେତନତା ରଥ ମଧ୍ୟ ବୁଲୁଚି ଏପଟେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ଆଜି ଘାରିଛି ପୁଣି ଏକ ସଡ଼କ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ସେରେଣ୍ଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ଓ ମୋଟର ସାଇକେଲ ମଧ୍ୟରେ ଧକ୍କା ହେବାରୁ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା। ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ମୋଟର ସାଇକେଲ ଆରୋହୀ ଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *