Spread the love

ଶ୍ରାବଣ ଚିତାଲାଗି ଅମାବାସ୍ୟାରେ ସିଦ୍ଧ ବଳରାମ ଜୀଉଙ୍କ ବିଶେଷ ନୀତି

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ନୀତି ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି।

ପ୍ରାତଃ ସମୟରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ନୂତନ ବସ୍ତ୍ର ପରିଧାନ ସହ ତୁଳସୀ ହାର ଓ ବିଭିନ୍ନ ପୁଷ୍ପହାରରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଥିଲା। ପରେ ବଲ୍ଲଭ ଭୋଗ ଲାଗି କରାଯାଇଥିଲା।

ସକାଳ ପ୍ରାୟ ୧୦ଟା ସମୟରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିବା ବେଳେ ମଧ୍ୟାହ୍ନରେ ମଙ୍ଗଳା ଅର୍ପଣ ପୂଜା ଓ ଚିତା ଲାଗି କରାଯିବା ସହ ଚିତଉ ପିଠା, ମିଠା ପିଠା ଓ ଖେଚେଡ଼ି ଅନ୍ନଧୂପ ଲାଗି କରାଯିବ। ସନ୍ଧ୍ୟା ସମୟରେ ଆଳତି ଏବଂ ରାତ୍ରିରେ ରାତ୍ରଧୂପ ପରେ ମନ୍ଦିରରେ ପହଡ଼ ନୀତି ସମ୍ପନ୍ନ ହେବ।

ପୂଜକ ମଳୟ କରଙ୍କ ସମେତ ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଚିତାଲାଗି ଅମାବାସ୍ୟାର ସମସ୍ତ ନୀତିକାନ୍ତି ପାଳନ କରାଯାଇଥିଲା।

ଏହି ପବିତ୍ର ଅବସରରେ ମନ୍ଦିର ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।

Leave a Reply

Your email address will not be published. Required fields are marked *