ଶ୍ରୀମଦ୍ ଭଗବତ ଗୀତାର ପଦ୍ୟାନୁବାଦ ଛାନ୍ଦ ଗୀତା ମୃତ ଲୋକାର୍ପଣ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଳି ___ ଆଳି ବ୍ଳକ ଅନ୍ତର୍ଗତ ନମୈଜା ଠାରେ ଥିବା ନିଗମାନନ୍ଦ ସାରସ୍ବତ ସଂଘ ଓ ଆଳି ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୁଲ୍ୟରେ ଆସନ୍ତା ଡ଼ିସେମ୍ବର ୨୧ ତାରିଖ ରବିବାର ଦିନ ଆମ ସାହିତ୍ୟ ଘର ର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ବେହେରାଙ୍କ ଅନୁଦିତ ଶ୍ରୀମଦ୍ ଭଗବତ ଗୀତାର ପଦ୍ୟାନୁବାଦ ଛାନ୍ଦ ଗୀତା ମୃତ ଲୋକାର୍ପଣ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବିଶିଷ୍ଟ ଆନ୍ତର୍ଜାତିକ କ୍ରୀୟାଯୋଗୀ ସନ୍ଥ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ଦିବ୍ୟଜୀବନ ସଂଘର ବେଦବ୍ୟାସ ପୀଠ ସାଧୁ ସ୍ୱାମୀ ବ୍ରାହ୍ମସାକ୍ଷାତକାରାନନ୍ଦଜୀ ମହାରାଜ ଏହି ଉତ୍ସବ କୁ ଆସିବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି।ଆଜିର ଏହି ବୈଠକରେ ରୂପରେଖ ପ୍ରସ୍ତୁତି ଓ କାର୍ଯ୍ୟ ବଣ୍ଟନ ପାଇଁ ବୈଠକ ନମୈଜା ଠାରେ ଥିବା ସାରସ୍ବତ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଭାପତି ଇଞ୍ଜିନିୟର ନୀଳାଦ୍ରି ଭୁଷଣ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ନାୟକ, ସଂଯୋଜକ ଶିକ୍ଷାବିତ ଓ କବି ପ୍ରମୋଦ କୁମାର ମଲ୍ଲୀକ ଏବଂ ଗୋବିନ୍ଦ ଚନ୍ଦ୍ର ନନ୍ଦ, ଧନେଶ୍ଵର ରାଉତ,, ସାମ୍ବାଦିକ ସରୋଜ କୁମାର ସାହୁ, ଅଶୋକ ବାବୁଙ୍କ ସମେତ ଅନନ୍ୟା କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
