Spread the love

ଢେଙ୍କାନାଳ ଦୋଳ ମଣ୍ଡପ ସାହି ରେ ଆଜି ୧୪/୦୩ ଶୁକ୍ରବାର ଶ୍ରୀ ଶ୍ରୀ ଚୈତନ୍ୟ ଜିଉଙ୍କ ମନ୍ଦିର ରେ ଦୋଳ ପୂର୍ଣ୍ଣିମା ଯାକ ଜକମ ରେ ପାଳିତ ହୋଇଯାଇଅଛି। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର, ତୁଳସୀ ଲାଗି ହୋଇଥିଲା। କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ପୂଜା, ହୋମ ଯଜ୍ଞ ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଏହାକୁ ଦୋଳ ମଣ୍ଡପ ସାହିର ମାନ୍ୟଗଣ୍ୟ ବ୍ୟକ୍ତି ଓ ଚୈତନ୍ୟ ମନ୍ଦିର ର ସଭାପତି ମିହିର କୁମାର ପ୍ରଧାନ, ଉପ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଷେଣ୍ଢ, ସହ ସମ୍ପାଦକ ସନ୍ତୋଷ କୁମାର ବେହେରା, ସହ ସମ୍ପାଦକ ବୁବୁଲି ଦଳେଇ, ସଭ୍ୟ ନନ୍ଦ ବାରିକ, ରଂଜନ ବାରିକ, ଅକ୍ଷୟ ବାରିକ ଓ ଅନେକ ଝିଅ ବୋହୂ ଙ୍କ ଉପସ୍ଥିତି ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *