Spread the love

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷ ରୁ ନିର୍ମଳ ଝର ଉଦ୍ଘଟାନ

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ଥର୍ମାଲ ରୋଡ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷ ରୁ ନିର୍ମଳ ଝର ଉଦ୍ଘଟାନ ହୋଇଯାଇଅଛି ।ଚୌଦ୍ୱାର ସହର ରେ ଏପରି ଏକ ନିଆରା କାର୍ଯ୍ୟକ୍ରମ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ପ୍ରତିବର୍ଷ ସମିତି ପଷରୁ ଗ୍ରୀଷ୍ମ ଋତୁ ରେ ଜଳଛତ୍ର ପ୍ରତିଦିନ ଦିଆଯାଉଥିବା ବେଳେ ଏ ବର୍ଷ ଜଳଛତ୍ର କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଖିବାକୁ ମିଳିଛି ନିର୍ମଳ ଝର କାର୍ଯ୍ୟକ୍ରମ। ପ୍ରତିଦିନ ରାସ୍ତା ରେ ଯାଉଥିବା ସମସ୍ତ ଯାତ୍ରୀ ପାଣି ପାଇଁ ଆଉ ଅସୁବିଧା ର ସମ୍ମୁଖିନ ହେବେ ନାହି । ଏବେ ପ୍ରତି ଦିନ ଥଣ୍ଡା ପାଣି ପିଇ ପାରିବେ। ଏହି କାର୍ଯ୍ୟକ୍ରମ ଟି ପ୍ରଥମେ ତିନି ଥର ଓଁକାର କରି ଗଣେଶ ବନ୍ଦନା ଗାନ କରି, ବେଦ ପଢ଼ିଥିଲେ ଓ ତା ପରେ ବାବା ଙ୍କ ଭଜନ ଗାନ କରି ଫିତା କଟା ଯାଇଥିଲା ଓ ପରେ ନଡ଼ିଆ ଭଙ୍ଗା ଯାଇ ବିଭିନ୍ନ ପ୍ରକାର ର ଫଳ,ମିଠା ଓ ପିଠା ଭୋଗ କରି ପୁଷ୍ପାଞ୍ଜଳି ଦିଆଯାଇଥିଲା ।
ପରେ ମଙ୍ଗଳ ଆରତୀ କରାଯାଇ ନିର୍ମଳ ଝର ର ଶୁଭ ଉଦ୍ଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସେବା ସଂଯୋଜକ ଶ୍ରୀଯୁକ୍ତ ରମାକାନ୍ତ ସାର୍, ଜଗଦୀଶ ଭାଈ କଟକ ଜିଲ୍ଳା ସଭାପତି ବିଚିତ୍ରା ନନ୍ଦ ମହାନ୍ତି, ରବିନାରାୟଣ ସେନାପତି, ସମିତି ର ପୂର୍ବତନ ଆବାହକ ମଧୁସୂଦନ ଭୂୟାଁ ଓ ବର୍ତ୍ତମାନ ର ଆବାହକ ରଞ୍ଜିତ ପ୍ରଧାନ, ଯୁବ ସଂଯୋଜକ ନବୀନ ରାଓ, ପ୍ରକାଶ କୁମାର ପଣ୍ଡା, ଟି ଏସ୍ ମୂର୍ତ୍ତି, ଡି ଆର୍ ଦାସ, ରାଜେଶ୍ ନାୟକ, ଲୋକନାଥ ରାଉତ, ସାଇ କୃଷ୍ଣ,ଦୋରା, ସୁଧାଂଶୁ ଶେଖର ସାହୁ,ଶିଶିର କୁମାର ଜେନା,ଦମୟନ୍ତି ଦାସ, ବିଜୟ ଲକ୍ଷ୍ମୀ ରାଉତ, ଜେନିତା ପ୍ରଧାନ, ଏମ ସାବିତ୍ରୀ, କାଶ୍ମୀର ନାୟକ, ଅଞ୍ଜଳି ନାୟକ,ମମତା ରାୟ,ସୁକାନ୍ତି ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Leave a Reply

Your email address will not be published. Required fields are marked *