Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଦେଓଗାଁ ‌ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ପୂଜ୍ୟପୂଜା ସମାରୋହ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସତସ୍ତରୀ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ପରିସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ , ସମ୍ମାନିତ ଅତିଥି ଭାବେ ଗଁଦିଆ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ପ୍ରଧାନ, ଶତ୍ରୁଘ୍ନ ଖଣ୍ଡା, ପ୍ରାଥମିକ ବିଦ୍ୟାଳୟ ସଭାପତି ସର୍ବେଶ୍ଵର ସାହୁ, ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ଶୁଭେଚ୍ଛୁ କ୍ରିଷ୍ନଚନ୍ଦ୍ର ପତି ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। କାର୍ଯ୍ୟ କ୍ରମରେ ପୂର୍ବତନ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଥ, ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ଚନ୍ଦ୍ରଶେଖର ଜ୍ଞାନ ପୀଠ ର ପୂର୍ବତନ ସହକାରୀ ଶିକ୍ଷକ ରଞ୍ଜନ କୁମାର ନାୟକ, ବିଶ୍ବନାଥପୁର ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବାସନ୍ତୀ ରଥଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ସୁଦର୍ଶନ ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଯୋଜକ ବିଦ୍ୟାଧର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଏହି ନିଆରା କାର୍ଯ୍ୟକ୍ରମ କୁ ଆୟୋଜିତ କରିଥିଲେ।

Leave a Reply

Your email address will not be published. Required fields are marked *