Spread the love

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କାବାହିଲିପଡାର ସୁଇପର କଲୋନୀର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ମିଳିଛି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ।୨୦୨୬ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ରାଜେନ୍ଦ୍ର ପାତ୍ର, ରାଷ୍ଟ୍ରପତି ଭବନରେ ହେବାକୁ ଥିବା “ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀରେ ଅତିଥି ଭାବେ ଯୋଗଦେବେ ।ରାଷ୍ଟ୍ରପିତ ଭବନରୁ ନିମନ୍ତ୍ରଣ ପତ୍ର ପାଇବା ପରେ ରାଜେନ୍ଦ୍ର ଏବଂ ପରିବାର ଲୋକଙ୍କ ମନରେ ନାହିଁ ନଥିବା ଖୁସି l ରାଜେନ୍ଦ୍ର ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାପର ଭାବେ ପୌରପାଳିକା ପକ୍ଷରୁ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।

ତେବେ ରାଜେନ୍ଦ୍ର ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଜଣେ ସ୍ବଛ ସାଥୀ ଭାବେ ସମ୍ମାନିତ ହେବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *