Spread the love

ସମ୍ବାଦ ସାହିତ୍ୟ ଘର ଓ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ


କୁଚିଣ୍ଡା:୨/୭: ସମ୍ବାଦ ସାହିତ୍ୟ ଘର,କୁଚିଣ୍ଡା ପକ୍ଷରୁ ବନ ବିଭାଗର ସହାୟତାରେ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୭ ତମ ବାନ ମହୋତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ସାହିତ୍ୟ ଘର ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଙ୍କ ନେତ୍ରୁତ୍ୱରେ ପ୍ରାୟ ପାଞ୍ଚଶହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା ।ଏହା ପୂର୍ବରୁ ସ୍କୁଲର ସଭାଗୃହରେ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭା ଓ ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଙ୍କ ଜୟନ୍ତୀ ପାଳିତ ହୋଇଥିଲା ।ଏଥିରେ କୁଚିଣ୍ଡା ବନାଞ୍ଚଳ ଅଧିକାରୀ ଲେଖାଶ୍ରୀ ମହାନନ୍ଦ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ,ସାମାଜିକ କର୍ମୀ କରୁଣ।କର କିଷାନ୍,ବନପାଳ ଅନୁରାଧା ଖର୍ସେଲ, ଓ ସରପଞ୍ଚ ମନ୍ଦାକିନୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ବକ୍ତାଗଣ ତାଙ୍କ ବକ୍ତବ୍ୟରେ କଳିନ୍ଦୀଙ୍କ ମାଂସର ବିଳାପ ସମ୍ପର୍କରେ ଆଲୋଚନା କରି ଏହି ଗପ ମାଧ୍ୟମରେ ବାନ ଓ ବନ୍ୟପ୍ରାଣୀ ର ସୁରକ୍ଷା ସମ୍ପର୍କରେ ଥିବା ବାର୍ତ୍ତା ଉପରେ ଆଲୋଚନା କରିଥିଲେ ।ପ୍ରାରମ୍ଭ ରେ ସାହିତ୍ୟ ଘର ସମ୍ପାଦକ ବସନ୍ତ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଚଳିତ ବର୍ଷ ସାହିତ୍ୟ ଘର ପ୍ୟକ୍ଷଦୁ ସମସ୍ତ ଶିକ୍ଷାନୁଷ୍ଠାନ ରେ ଚର ରୋପଣ କରାଯିବ ବୋଲି ଘୋଷଣା କରିଥିଲେ ।ସହକାରୀ ଶିକ୍ଷକ ଗୋପଲ୍ ନାଥ ଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଶେଷରେ ସହିତ୍ୟଘର ସଭ୍ୟା ସ୍ଥାନୀୟ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରେ ସ୍ଥାନୀୟ ସ୍କୁଲ ସମୂହର ଛାତ୍ର,ଛାତ୍ରୀ ବୃକ୍ଷ ରୋପଣ ଓ ବନ୍ୟପ୍ରାଣୀ ସୁରକ୍ଷା ସପକ୍ଷରେ ସ୍ଲୋଗାନ ଦେଇ ଶୋଭାଯାତ୍ରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *