Spread the love

ସମ୍ଭାବ୍ୟ ବାତ୍ୟା ଆଶଙ୍କା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ନଭେମ୍ବରରେ ଆସିବା ସମ୍ଭାବନା
ଭୁବନେଶ୍ୱର:
ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଓଡ଼ିଶା ତଥା ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ପୂର୍ବରୁ ସ୍ଥିର ହୋଇଥିବା ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ମହାମହିମ ରାଷ୍ଟ୍ରପତି ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ନିଜ ଗୃହ ସହର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ମାତ୍ର ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରତିକୂଳ ପାଣିପାଗ ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ବିଚାରକୁ ନେଇ ପ୍ରଶାସନ ତରଫରୁ ଏହି ଗସ୍ତକୁ ବାତିଲ କରାଯାଇଛି।
ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ଗସ୍ତ ସ୍ଥଗିତ ରହିଥିବା ବେଳେ ପାଣିପାଗ ସ୍ୱାଭାବିକ ହେବା ପରେ ସେ ଆସନ୍ତା ନଭେମ୍ବର ୪ କିମ୍ବା ୫ ତାରିଖରେ ପୁଣି ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଏ ନେଇ ଖୁବ୍ ଶୀଘ୍ର ରାଷ୍ଟ୍ରପତି ଭବନ ପକ୍ଷରୁ ନୂତନ କାର୍ଯ୍ୟସୂଚୀ ଜାରି କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *