Spread the love

ସରକାର କା ମାଲ ଦରିଆ ମେଁ ଡାଳ.. ନୀତିରେ ଯୋଜନା ମାଳ ମାଳ କାମ ବିଫଳ? କେଉଁଠି ପାଣି ତ କେଉଁଠି ମୋଟରପମ୍ପ ତ ଆଉ କେଉଁଠି ଲାଇନ ସମସ୍ୟା

ବରଗଡ(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ର ଅମ୍ବାଭାନା ମହାନଦୀ ସହିତ ହୀରାକୁଦ ଡେମ ର ପାଣି ଅଧିକାଂଶ ଅଞ୍ଚକ ଘେରି ରହିଛି। ସରକାର ଚାହିଁଲେ ଏହି ବିସ୍ଥାପିତ ପୁନର ବସତି ଲୋକଙ୍କୁ ପାଣି ଦିଆଯାଇ ପାରିବ। ଗତ ସରକାର ପାର୍ବତୀ ଗିରି ଉଠା ଜଳସେଚନ ନାଁ ରେ ଅମ୍ବାଭାନା ବ୍ଲକ ରେ କାମ ଦେଉ ପ୍ରକଳ୍ପ ୩୯ କୋଟି ଟଙ୍କା ଖର୍ଚ୍ଚ କରି ୧୪୦୦ ହେକ୍ଟର ଜମି ପାଣି ପାଇବା ଉଦେଶ୍ୟ ରେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଲୋ ଭୋଲଟାଜ ଏବଂ ମୋଟର ଯେଉଁଠି ବସିଛି ଏବଂ ରିଜର୍ଭର କୁ ସଂଯୋଗ କରୁଥିବା ନାଲା ଗଭୀର ନ ଥିବାରୁ ପାଣି ଥାଇ ମଧ୍ୟ ଇଣ୍ଟେକ ୱାଲ କୁ ଭରପୁର ଭାବେ ପାଣି ଆସୁନାହିଁ। ଫଳରେ ମୋଟର ଚାଲି ପାରୁନାହିଁ। ଗତ ୭ ଦିନ ହେବ ଲୋଭୋଳଟାଜ କାରଣ ରୁ ମୋଟର ବନ୍ଦ ହୋଇ ଯାଇଥିଲା। ବାରପାହାଡ଼ କୃଷକ ସଂଗଠନ ପ୍ରତିନିଧି ମାନେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ଗୋଟିଏ ଦିନ ପରେ ଆଜି ଟାଟା କମ୍ପାନୀ ର ଅଫିସର ମାନେ ଯାଇ ଠିକ ଭାବେ ଲାଇନ ଦେବା ପାଇଁ କହିଛନ୍ତି। ବାସ୍ତବିକ ନାଲା ର ଗଭୀରତା କରାଯାଏ, ଲାଇନ ଠିକ ଭାବେ ରହିଲେ ଏବଂ ଆଉଟ ଲେଟ ମାନେ ଉପର ଜମିରେ ବସିଲେ ଯୋଜନା ଅଞ୍ଚଳ ପାଇଁ ବରଦାନ ହେବ ବୋଲି ଚାଷୀ ମହଲ ରେ ଦାବୀ ହେଇଛି l

Leave a Reply

Your email address will not be published. Required fields are marked *