Spread the love

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲା ଅନ୍ତର୍ଗତ ଭଟଲି ରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନ ଆଚାର୍ଯ୍ଯ ତଥା ସଙ୍କୁଳ ସଂଯୋଜକ ଶ୍ରୀମାନ ଅକ୍ଷୟ ପୂଜାହlରି ଙ୍କ ତତ୍ତ୍ଵାବଧାନ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତୀଥି ଭାବରେ ଅଶୋକ କୁମାର ଡନସନା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଆନନ୍ଦ ସାହୁ, ବନ୍ଦିତା ପଧାନ, ଘନଶ୍ୟାମ ପଣ୍ଡା, ଭୁବନ ମୋହନ ମହାନ୍ତି, ମୁକେଶ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଭଟଲି ସଙ୍କୁଳ ଅନ୍ତର୍ଗତ କର୍ଲାଯୁରୀ, ଉର୍ଦ୍ଦୁନା, ଅମ୍ବାଭୋନା ,ଭୁକ୍ତା ତଥା ଡୁଙ୍ଗୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୧୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପ୍ରକଲ୍ପ ପ୍ରଦର୍ଶନ କରିଥିଲେ । ଉକ୍ତ ବିଜ୍ଞାନ ମେଲା ରେ ବିଜ୍ଞାନ, ଗଣିତ, ସଂସ୍କୃତି ଜ୍ଞାନ, ମୃତି କଲା, ପ୍ରଶ୍ନ ମଞ୍ଚ, ପତ୍ରବାଚନ ଆଦି ଅନେକ ସ୍ଥାନ ପାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଭଟଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ମାନେ ସହଯୋଗ କରିଥିବା ବେଳେ ଉଦଯାପନୀ ସମାରୋହରେ ବିଦ୍ୟାଭାରତୀ ଶିକ୍ଷା ସଂସ୍ଥାନ ପୂର୍ବ କ୍ଷେତ୍ର ସେବା ପ୍ରମୁଖ ଶ୍ରୀ ରାମଚନ୍ଦ୍ର ଡନସନା ମୂଖ୍ଯ ଅତିଥି, ସଙ୍କୁଳ ପ୍ରମୁଖ ଆନନ୍ଦ ସାହୁ, କୋଷାଧ୍ୟକ୍ଷ ଲିଙ୍ଗରାଜ ବାରିକ, ଆଦିତ୍ଯ କୁମାର ମେହେର , ସୋମନାଥ ସାହୁ , ମନୋଜ ପଟେଲ , ବିଶ୍ବମ୍ବର ସାହୁ , ଅଜିତ ଖମାରୀ , ନିଲମ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀମାନ ଆୟୁଷ୍ମନ୍ତ ପୁରୋହିତ ନିଟ ପରିକ୍ଷାରେ ଉତିନ୍ନ ହୋଇଥିବାରୁ ତାଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ପରିସେସରେ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *