Spread the love

ସରାଙ୍ଗ ଗାଁରେ ସ୍ୱଚ୍ଛତା ଜନଜାଗୃତି ଓ ଶିକ୍ଷା ରାଲି ଆୟୋଜିତ

ସରାଙ୍ଗ: ସରାଙ୍ଗ ଗାଁରେ ସ୍ୱଚ୍ଛତା ଓ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ ରାଲି ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ସରକାରୀ ୟୁ.ପି.ଏସ୍ ସ୍କୁଲ, ସରାଙ୍ଗର ମୁଖ୍ୟାଧ୍ୟାପିକା ସୌଦାମିନୀ ବେହେରା ଫିତା କାଟି କରିଥିଲେ। ଏହି ରାଲି ପିରାମଲ ଫାଉଣ୍ଡେସନର ଟିମ୍ ସଦସ୍ୟ ସନ୍ଦୀପ କଳାସରେଙ୍କ ସହଯୋଗରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।ରାଲିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଓ ଶିକ୍ଷା ସମ୍ବନ୍ଧୀୟ ଆକର୍ଷଣୀୟ ପୋଷ୍ଟର ଓ ସ୍ଲୋଗାନ ନେଇ ସେମାନେ ଗାଁ ପରିକ୍ରମା କରି ଗ୍ରାମବାସୀଙ୍କୁ ସଚେତନ କରିଥିଲେ। “ସ୍ୱଚ୍ଛ ଗାଁ, ସ୍ୱସ୍ଥ ଗାଁ” ଏବଂ “ପ୍ରତ୍ୟେକ ଶିଶୁ ବିଦ୍ୟାଳୟକୁ ଯାଉ” ପରି ସ୍ଲୋଗାନରେ ସମଗ୍ର ଗାଁ ଗୁଞ୍ଜି ଉଠିଥିଲା।ଏହି ଅବସରରେ ସନ୍ଦୀପ କଳାସରେ କହିଥିଲେ ଯେ, ସ୍ୱଚ୍ଛତା ଓ ଶିକ୍ଷା ସମାଜର ଉନ୍ନତିର ଦୁଇଟି ମଜବୁତ ସ୍ତମ୍ଭ। ପ୍ରତ୍ୟେକ ଲୋକ ସ୍ୱଚ୍ଛତାକୁ ଅଂଗୀକାର କରିବା ସହିତ ପ୍ରତ୍ୟେକ ଅଭିଭାବକ ନିଜ ଶିଶୁମାନଙ୍କୁ ନିୟମିତ ଭାବେ ବିଦ୍ୟାଳୟକୁ ପଠାଇଲେ ଗାଁର ସମଗ୍ର ଉନ୍ନତି ସୁନିଶ୍ଚିତ ହେବ।ରାଲି ସମୟରେ ଛାତ୍ରଛାତ୍ରୀମାନେ ଖୋଲା ସ୍ଥାନରେ ଅବଜାଡ଼ା ନ ଫେଙ୍ଗିବା, ସୁଚ୍ଛ ପାନୀୟଜଳ ବ୍ୟବହାର କରିବା ଓ ଶିଶୁମାନଙ୍କର ନିୟମିତ ବିଦ୍ୟାଳୟ ଉପସ୍ଥିତି ନିଶ୍ଚିତ କରିବାକୁ ଗ୍ରାମବାସୀଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସନିଷ୍ଠ କୁମାର ସାହୁ, କୁନି ସାହୁ, ଦେବୀ ପ୍ରସାଦ ସହିତ ଅନ୍ୟାନ୍ୟ ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀମାନେ ବଡ଼ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *