Spread the love

ସାତ ଦଫା ଦାବି କରି ବ୍ଲକ ଘେରାଉ ।

କଟକ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଆଜି ସାତ ଦଫା ଦାବି ନେଇ କଟକ ଜିଲ୍ଲାର ବିଭିନ୍ନ ବ୍ଲକରେ ଘେରାଉ କରାଇଥିଲା। ଏହି ବ୍ଲକ ଘେରାଉରେ କଂଗ୍ରେସ ସଭାପତି ମାନଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଠାରୁ ଆରମ୍ଭ କରି କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। ଏଥିରେ ଦରଦାମ୍, ବ୍ୟାପକ ପିସି କାରବାର ବନ୍ଦ, ଆବାସ ଯୋଜନା ଦୁର୍ନୀତି, ଚାଷୀ ମାରଣାନୀତି, ବେକାରୀ ସମସ୍ୟା, ଟାଟା କମ୍ପାନୀ ଖାଉଟି ବିରୋଧୀ ନୀତି ଏପରି ନାରୀ ନିର୍ଯ୍ୟାତନା ବନ୍ଦ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଵରଷି ଥିଲେ। ସେହିପରି ଟାଙ୍ଗୀ ଚୌଦ୍ଵାର ବ୍ଲକ ସଭାପତି ଆଶୁତୋଷ ବରାଳ ଙ୍କ ନେତୃତ୍ବରେ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ର ୨୪ ଗୋଟି ପଞ୍ଚାୟତ ର କଂଗ୍ରେସ ସଭାପତି ଏବଂ କଂଗ୍ରେସ କର୍ମୀ ଏସ.କେ ହମିଦ, ତ୍ରିନାଥ ମଲ୍ଲିକ, ମନୋଜ ଖିଲାର, ମନିଦର୍ କର, ଏସ . କେ ସଲିଫ, ଚତୁର୍ଭୁଜ ସ୍ୱାଇଁ, ଭୋବନା ରାଉତ ଙ୍କ ସହିତ ବହୁ ସଂଖ୍ୟରେ କଂଗ୍ରେସ କର୍ମୀ ଯୋଗଦେଇ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ସମ୍ମୁଖରେ ଧାରଣା ରେ ବସିଥିଲେ। ପରେ ସାତ ଦଫା ଲିଖିତ ମେମୋରାଣ୍ଡମ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଏ. ବି.ଡି.ଓ ଶାଶ୍ଵତ କୁମାର ଜେନା ଙ୍କୁ ପ୍ରଦାନ କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *