Spread the love

ସାନ ଭାଇକୁ ଆକ୍ରମଣ କରି ବଡ଼ ଭାଇ ଓ ର୍ଜୁଆଇଁ ଗିରଫ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମରେ ଅପ୍ରେଲ ୧୨ ତାରିଖ ରାତିରେ ହରି ମୁଣ୍ଡାର ପରିବାର ଓ ତାଙ୍କ ର୍ଜୁଆଇଁ ସଙ୍ଗବନ୍ଧ ଭାବେ ସାନ ଭାଇ ରଇବୁ ମୁଣ୍ଡାକୁ ଆକ୍ରମଣ କରି ଗୁରୁତର କରିଥିଲେ ସେହି ଘଟଣାରେ ପାଟଣା ପୋଲିସ୍ ତଦନ୍ତ କରି ଶୁକ୍ରବାର ପାଟଣା ପୋଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ହରି ମୁଣ୍ଡା (୬୦) ଓ ଜୁଆଇଁ ରାଉତ ମୁଣ୍ଡା (୩୦) ବୋଲି ଜଣାପଡିଛି ଥାନାରେ ହୋଇଥିବା ଅନୁଯାୟୀ ଅପ୍ରେଲ ୧୨ ତାରିଖ ସନ୍ଧ୍ୟାରେ ଭାଳିଡାଳ ଗ୍ରାମର
ହରି ମୁଣ୍ଡା ସହିତ ଶୁକ ମୁଣ୍ଡାଙ୍କ ମଧ୍ୟରେ ପାଟିତୁଣ୍ଡ ସୋଇଥିଲା ଏଥିରେ ହରି ମୁଣ୍ଡା ଝିଅ ରାଇମଣିରାଗିଯାଇ
ଶୁକମୁଣ୍ଡାଙ୍କ ଆଜବେଷ୍ଟସ ଘର ଉପରକୁ ପଥର ଫିଙ୍ଗି ଥିଲା ରଇବୁ ଏହାକୁ ବାରଣ କରିଥିଲା ଏହାପରେ ରାଇମଣି ହରି ମୁଣ୍ଡା ଓ ଜୁଆଇଁ ରାଉତ ମୁଣ୍ଡା ବାଉଁଶ ଠେଙ୍ଗାରେ
ରଇବୁ ଉପରେ ଆକ୍ରମଣ କରିଥିଲେ ରଇବୁ ମରି ଯାଉଥିବା ଭାବି ହରି ଓ ରାଉତ ସ୍ଥାନ ଛାଡି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ତାଙ୍କୁ ତୁରନ୍ତ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏନେଇ ଅପ୍ରେଲ ୧୬ ତାରିଖ ରଇବୁ ମୁଣ୍ଡାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ପାଟଣା ଥାନା ରେ ଅଭିଯୋଗ କରିଥିଲେ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇ ପୋଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଟଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *