Spread the love

ସାଫଲ୍ୟ ହେଲା ଜାତୀୟ ସେବା ଯୋଜନା ଶିବିରର ଦ୍ଵିତୀୟ ଦିବସ

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶିବିର ଦ୍ଵିତୀୟ ଦିନରେ ପଦାର୍ପଣ କରିଛି। ୧୭ ରିଖ ଶନିବାର, ପ୍ରାରମ୍ଭରେ ପ୍ରାର୍ଥନା, ଶାରୀରିକ ଶିକ୍ଷା ଓ ଶ୍ରମଦାନ ଅନୁଷ୍ଠିତ ହେଲା । ଏହି କାର୍ଯ୍ୟରେ ୫୦ ରୁ ଅଧିକ ସ୍ବେଚ୍ଛାସେବୀକା ଅଂଶଗ୍ରହଣ କରିଥିଲେ ।ଦିବା ୧୦ଘଟିକାରେ ଗୃହ ବିଜ୍ଞାନ ବିଭାଗର ପ୍ରଧ୍ୟାପିକା ଡ. ବିଜେତା ପ୍ରିୟଦର୍ଶିନୀ “ଲିପନ୍ କଳା” ସମ୍ବଧରେ ଅବଗତ କରାଇଥିଲେ। ସ୍ଵଳ୍ପ ପୁଞ୍ଜି ନିବେଶରେ ଉପଯୁକ୍ତ ଆୟ ଉପାର୍ଜନ ନିମନ୍ତେ ପ୍ରୋତ୍ସାହିତ କଲେ। ଉଦ୍ୟମିତ ସ୍ବେଚ୍ଛାସେବୀକା ଅତି ଆଗ୍ରହର ସମେତ “ଲିପନ୍ କଳା” ର ନମୁନା ପ୍ରସ୍ତୁତ କଲେ। ତତ୍ପରେ ଦିବା ୧୨:୩୦ ରୁ ୧:୩୦ ମଧ୍ୟରେ ଦ୍ଵିତୀୟ ପ୍ରଶିକ୍ଷଣ ଅଧିବେଶନ ଅନୁଷ୍ଠିତ ହେଲା। ଇତିହାସ ବିଭାଗର ପ୍ରାଧ୍ୟାପକ ଡ. ବିଭୂତି ଭୂଷଣ ଶତପଥୀ ଢେଙ୍କାନାଳ ଜିଲ୍ଲାର ସାଂସ୍କୃତିକ ଐତିହ, ପ୍ରଚ୍ଛନ୍ନ ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ କରାଇଥିଲେ। ଅଧିବେଶନ ଶେଷ ପର୍ଯ୍ୟାୟରେ ଆଗ୍ରହୀ ସ୍ବେଚ୍ଛାସେବୀକା ଆଲୋଚିତ ପ୍ରସଙ୍ଗ ସମ୍ବନ୍ଧରେ ସ୍ଵମତ ପ୍ରକାଶ କରିଥିଲେ। ସ୍ଵଳ୍ପ ସମୟର ବିରତି ପରେ ତୃତୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହେଇଥିଲା। ଯେଉଁଥିରେ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ସିଦ୍ଧାର୍ଥ ଶଙ୍କର ରାମ୍ ଜଳବାୟୁ ପରିବର୍ତ୍ତନ ରୋକିବା ଓ ପରିବେଶ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଶେଷଜ୍ଞଙ୍କ ଶିକ୍ଷାଗତ ଅଭିଜ୍ଞତା ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ଦିବସର ଶେଷ ପର୍ଯ୍ୟାୟରେ ନୃତ୍ୟ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

Leave a Reply

Your email address will not be published. Required fields are marked *