Spread the love

କୁଲାଡ଼ ଗ୍ରାମରେ ଲକ୍ଷ୍ମୀପୂଜା

ନାଲକୋ ନଗର ଅଞ୍ଚଳର କୁଲାଡ଼ ଗ୍ରାମରେ ମା ଗଜଲକ୍ଷ୍ମୀଙ୍କର ପୁଜା ଆରମ୍ଭ ହୋଇଯାଇଛି,ଚଳିତ ବର୍ଷ ଏହି ଗ୍ରାମରେ ମୋଟ ଦଶଗୋଟି ମେଢ଼ ଅନୁଷ୍ଠିତ ହୋଇଛି, ସେଥି ମଧ୍ୟରୁ ସାହାରା କ୍ଳବ, କୁଲାଡ଼ ଛକ, ବନ୍ଧ, ଆଲୁମିନିୟମ ହାଇ ସ୍କୁଲ, ବାବା କ୍ଲବ, ପ୍ରିନ୍ସ କ୍ଲବ, ଫ୍ରେଣ୍ଡ କ୍ଲବ, ବଣିକ ସଙ୍ଘ, ବ୍ରହ୍ମହଣି ସାହି ଏବଂ ରୟାଲ କ୍ଳବ ତରଫରୁ ମା ଲକ୍ଷ୍ମୀ ପୁଜା ପାଇଥିଲେ,ସେଥିମଧ୍ୟରୁ ସାହାରା କ୍ଲବ ତରଫରୁ ଶନିବାର ମା ଲକ୍ଷ୍ମୀ ଙ୍କୁ ବାଜା ବାଣ ରୋଷଣୀ କରି ମା ଲକ୍ଷ୍ମୀଙ୍କୁ ପୁଜା ମଣ୍ଡପକୁ ଆବାହନ କରିଥିଲେ ଏବଂ ରବିବାର ଅପରାହ୍ନ 1ଘଟିକାରେ ପ୍ରଥମେ କୁଲାଡ଼ ବଡ଼ ପୋଖରୀରୁ ସମସ୍ତ କାର୍ଯ୍ୟକର୍ତା କଳସ ଯାତ୍ରା କରି ମା ଲକ୍ଷ୍ମୀଙ୍କର ପୂଜାର୍ଚନା କରିଥିଲେ, ଏଥିରେ କମିଟିର ଉପଦେଷ୍ଟା ପ୍ରକାଶ ବେହେରା, ସଭାପତି ଦୀପକ ଜେନା, ସାଧାରଣ ସମ୍ପାଦକ ପିଙ୍କୁ ସାମନ୍ତ ସିଂ କୋଷାଧକ୍ଷ ବିକାଶ ଜେନା, ଅଭିଷେକ ଦେଓ, ଟୁଟୁ ବେହେରା, ଜୁଲୁ ସ୍ୱାଇଁ, ବିରେନ ବେହେରା ସୁମିତ ଧୀର, ବିଟୁ ସ୍ୱାଇଁ ,ସତ୍ୟଜିତ ଦେହୁରୀ, ହରି ନାଥ, ମିଳନ ସ୍ୱାଇଁ, ଟିକିନା ସାମଲ, ମମନ ଜେନା, ମୁନା ବେହେରା ଙ୍କ ସମତେ ବହୁ ସଦସ୍ୟ ପୁଜାରେ ଉପସ୍ଥିତ ରହି ମା ଙ୍କର ଆଶୀର୍ବାଦ ଭିକ୍ଷାଲାଭ ହୋଇଥିଲା ବେଳେ ରାଜୀବ ବିଶୋଇ ଏବଂ ତାଙ୍କ ସହ ଧର୍ମିଣୀ ପୁଜାରେ ମୁଖ୍ୟ କର୍ତା ସାଜିଥିଲେ, ସୋମବାର ଠାରୁ ଶାନ୍ତି ଶୃଙ୍ଖଳା ସହିତ ମା ଙ୍କ ପାଖରେ ପ୍ରତିଦିନ ଅର୍ଣ୍ଣ ଭୋଗ ଏବଂ ସନ୍ଦ୍ୟାରେ ମା ଙ୍କର ଆଳତି ସହିତ ଖିରି ଖେଚୁଡ଼ି ଭୋଗ ଏବଂ ମା ଙ୍କର ଆଜ୍ଞା ଲଡ଼ୁ ନିଲାମ 30ତାରିଖ ଏବଂ ଭସାଣି କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରେ ହେବ ବୋଲି ଅନୁଷ୍ଠାନର ସଭାପତି ଦୀପକ ଜେନା ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *