Spread the love

ସିଂହପୁର ଉତ୍ସବ ମୁଖର କାଳୀ ପୁଜା ପାଇଁ

ଯାଜପୁର __ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ଗ୍ରାମର ପ୍ରସିଦ୍ଧ କାଳୀପୂଜା ୬୯ ବର୍ଷରେ ପଦାର୍ପଣ କରିଛି। ସିଂହପୁର ବଜାର ବ୍ୟବସାୟୀ ସଂଘ ପକ୍ଷରୁ ୧୯୫୬ ମସିହାରୁ ଏଠାରେ ପୁଜାରମ୍ବ ହୋଇଆସୁଛି।ଆଳି ଅଞ୍ଚଳର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଆଳିକ ରଜାଙ୍କ ମୁଖ୍ୟ ପୁରୈଧା ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ମୁଖ୍ୟ ପୁରୋଧା ଭାବେ ପୁଜା କାର୍ଯ୍ୟ ସଞ୍ଚାଳନ କରୁଛନ୍ତି ତାଙ୍କୁ ସହଯୋଗ କରୁଛନ୍ତି ଗୋବିନ୍ଦପୁରର ସୋମନାଥ ରଥ ଓ ପୁର୍ଣ୍ଣଚନ୍ଦ୍ର ରଥ।

ସିଂହପୁର, ବିଂଝାରପୁର, ରାଜକନିକା ଓ ଆଳି ଅଞ୍ଚଳରୁ ଏହି କାଳି ପୁଜା ଦେଖିବାକୁ ହଜାର ହଜାର ଲୋକ ଆସିଥାନ୍ତି।ଏଥର ଏହି କାଳି ମଣ୍ଡପ ବେଶ ଆକର୍ଷିତ ହୋଇଛି।ଗତ ୨୦ ତାରିଖରୁ ପୁଜା ଆରମ୍ଭ ହୋଇଛି ଓ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଚଳିତ ବର୍ଷ ଭଜନ ସଂଧ୍ୟା, ନୃତ୍ୟ ପରିବେଷଣ, ସଙ୍ଗୀତ ପରିବେଷଣ, ମେଲୋଡ଼ି ପ୍ରୋଗ୍ରାମ ଆୟୋଜିତ ହେବ।୩୦ ତାରିଖରୁ ଅପେରା ପରିବେଷଣ ହେବ।କମିଟିର କର୍ମକର୍ତ୍ତା ଯଥା ନିରଞ୍ଜନ ବେଉରିଆ, ରାମଚନ୍ଦ୍ର ମିଶ୍ର ଙ୍କ ସମେତ ଅନନ୍ୟା କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି।ଯାଜପୁର ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *