Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସି ପି ଆଇ ର ଶାଖା ସମ୍ମିଳନୀ ଅନୁଷ୍ଠିତ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୧/୦୨/୨୦୨୧)- : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଂଚାୟତର ତାଳଗାଁ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ହଂସତୁଳି ଶାଖାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ତାଳସର ଖଇରଖମା ଓ କୁମ୍ଭାରଗାଁ ଆଦି ୩ ଟି ପଂଚାୟତର ଦଳିତ, ଆଦିବାସୀ ଓ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ଭୂମିହୀନ ବ୍ୟକ୍ତି ବିଶେଷ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ଭାଗବତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶର ପ୍ରାରମ୍ଭରେ ପାର୍ଟିର ବରିଷ୍ଠ ସଦସ୍ୟସୁଦର୍ଶନ ସ୍ୱାଇଁ ଦଳୀୟ ପତାକା ଉତ୍ତୋଳନ କରିଥିଲେ।ପାର୍ଟିର ରାଜ୍ୟ ପରିଷଦ ସଭ୍ୟ କୁମାର ପ୍ରିୟଦର୍ଶୀ ସମ୍ମିଳନୀକୁ ଉଦଘାଟନ କରିବା ସହ ରାଜନୈତିକ ପରିସ୍ଥିତି, ଆଞ୍ଚଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାରେ ପ୍ରଶାସନ ଯଦି ବିଳମ୍ବ କରେ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି କରାଯାଇଥିଲା। ଏହି ସମ୍ମିଳନୀରେ ସି ପି ଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସ, ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ଶ୍ରମିକ ନେତା ଜୟରାମ ଦାଶ, ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ଆଞ୍ଚଳିକ ସହ ସମ୍ପାଦକ ସତ୍ୟବାଦୀ ସ୍ୱାଇଁ, ନାରାୟଣ ସେଠୀ,କମଳ ଲୋଚନ ଗୌଡ଼, ମାଗି ନାହାକ, ଗୋପବନ୍ଧୁ ଦାସ, ନିରଞ୍ଜନ ପ୍ରଧାନ, ବିଜୟ ପ୍ରଧାନ, ଭାସ୍କର ପ୍ରଧାନ, କାଶୀନାଥ ଗୌଡ଼, ଗୁରୁବାରୀ ପ୍ରଧାନ ଙ୍କ ସମେତ ୩ ଟି ପଂଚାୟତର ୫୦୦ ରୁ ଅଧିକ କର୍ମୀ ଯୋଗଦେଇଥିଲେ।ଅଂଚଳରେ ଚାଲିଥିବା ଜଙ୍ଗଲ ଅଧିକାର ଆନ୍ଦୋଳନକୁ ଦାବୀ ପୂରଣ ପର୍ଯ୍ୟନ୍ତ ଜୋରଦାର କରାଯିବ ବୋଲି ସମସ୍ତେ ଶପଥ ନେଇଥିଲେ।