Spread the love

ସୁକିନ୍ଦା ଥାନା ଅଞ୍ଚଳରେ ମୋବାଇଲ ସାଇକେଲ ଇଲେକ୍ଟ୍ରୀ କଏଲ ଓ ଇଲେକ୍ଟ୍ରୀ ତାର ଚୋରି ଘଟଣାରେ ଦୁଇ ଜଣ ଯୁବକ ଗିରଫ।

ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରୁ ଏକ ମୋବାଇଲ ଓ ସାଇକେଲ ଚୋର ଲୁଟେରା କୁ ଗିରଫ କରିଥିଲା ସୁକିନ୍ଦା ଥାନା ଅଧିକାରୀ। ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ନୂଆସାହି ଠାରେ ପିତାମ୍ବର ମହାନ୍ତ ଙ୍କ ଘରୁ ଏକ ମୋବାଇଲ ସାଇକେଲ ଚୋରି କରିଥିବା ଯୁବକ କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ି ପାଳ ଦେହୁରୀ ସାହିର ସନାତନ ଦେହୁରୀ ଙ୍କ ପୁଅ ଚନ୍ଦନ ଦେହୁରୀ ଚୋରି କରିଥିଲା ବୋଲି ପୋଲିସ ସୂଚନା ପାଇ ଗିରଫ କରିଥିଲା। ଏହାକୁ ନେଇ ସୁକିନ୍ଦା ଥାନା ଅଧିକାରୀ ସୁଭ୍ରାଶ୍ନୁ ପରିଡ଼ା ଗିରଫ କରି ଘଟଣା ସମ୍ପର୍କରେ ତଦନ୍ତ କରି ଦେଖିଥିଲେ ଏହି ମୋବାଇଲ ଲୁଟେରା ନାମରେ କାଳିଆପାଣି ଥାନା ଓ ଢେ଼ଙ୍କାନାଳ ର କାମାକ୍ଷାନଗର ଥାନା ଯାଏ ଚେର ଲମ୍ବିଛି। ସେଥିପାଇଁ ଅଧିକରୁ ଅଧିକ ତଦନ୍ତ କରି ଏକ ମୋକଦ୍ଦମା ରୁଜ୍ଜୁ କରିଥିଲେ ଯାହାର କେସ ନମ୍ବର ୧୮୭/୨୦୨୩ ଆକ୍ଟରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏବଂ ସାଇକେଲ ମୋବାଇଲ ଉଧାର କରିଥିଲେ। ତଥା ସେହି ପରି ଦୁଦୁଝରୀ ପଞ୍ଚାୟତ ମଙ୍ଗଳପୁର ଠାରେ ଥିବା ବିଦ୍ୟୁତ ବିଭାଗର NCC କମ୍ପାନୀ ର ନୁଆ ଟ୍ରାନ୍ଫୋରମ ଓ ଇଲେକ୍ଟ୍ରୀ କଏଲେ ତାର ଚୋରି ଘଟଣାରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ମହୁଲପାଳ ଗ୍ରାମର ପ୍ରକାଶ ସ୍ୱାଇଁ ଙ୍କୁ ସୁକିନ୍ଦା ଥାନା ଅଧିକାରୀ ସୁଭ୍ରାଶ୍ନୁ ପରିଡ଼ା ଗିରଫ କରିଥିଲେ।ଏହି ଗିରଫ ହୋଇଥିବା ବ୍ୟାକ୍ତି ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ପ୍ରକାଶ ସ୍ୱାଇଁ ବୋଲି ପୁଲିସ ସୁଚନା ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଥାନା ଅଧିକାରୀ ଅଧିକରୁ ଅଧିକ ତଦନ୍ତ କରି ଏହି ଇଲେକ୍ଟ୍ରୀ ଟ୍ରାନ୍ସଫୋରମ କଏଲେ ତାର ଚୋରି ଘଟଣାରେ ଆସାମି ଙ୍କୁ ଆଜି କୋର୍ଟ ଚାଲାଣ କରିଥିଲେ। ଯାହା ଦେଖିବାକୁ ମିଳିଛି ନୂତନ ଥାନା ଅଧିକାରୀ ଚୋର ମାନଙ୍କର କାୟାବିସ୍ତାର ଖୁବ୍ ବଢୁ ଥିବାରୁ ସେ ଯଥାଶୀଘ୍ର ଚୋର ଙ୍କର ସବୁ କାର୍ଯ୍ୟ କଳାପ ସୁକିନ୍ଦା ଥାନା ଅଞ୍ଚଳରେ ବନ୍ଦ କରିବେ ବୋଲି ପ୍ରୟାସ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *