Spread the love

ସୁଚନା ଅଧିକାର ଆଇନ ତଥ୍ଯ ରେ ମହାଖୁଲାସା: ଦାରିଙ୍ଗିବାଡି ସମବାୟ ସମିତି ଲିଃ ବୋର୍ଡ ମେମ୍ବର ନିର୍ବାଚନ ରେ ବ୍ୟାପକ ଜାଲିଆତି

ବାଲିଗୁଡା,:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡି ବୃହଦାକାର ସମବାୟ ସମିତି ନିର୍ବାଚନ ରେ ବ୍ୟାପକ ଅନିୟମିତତା ସହ ଜାଲିଆତି କରି ନିର୍ବାଚନ ରେ ଜିତି ବୋର୍ଡ ମେମ୍ବର ହୋଇଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଏ ନେଇ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ବର୍ତ୍ତମାନ ସୂଚନା ଅଧିକାର ଆଇନ ବଳ ରେ ତଥ୍ଯ ଆସିବା ପରେ ଏହାର ମହାଖୁଲାସା ହୋଇଛି l ଯାହା କି, ସମଗ୍ର ଦାରିଙ୍ଗିବାଡି ଅଞ୍ଚଳ ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ସମିତିର ଆଇନ ଅନୁଯାୟୀ ସମିତି ରେ 500ଟଙ୍କା ରୁ ଉର୍ଦ୍ଧ ଡିପୋଜିଟ ଏବଂ ସମିତିରେ ବକେୟା ଥିବା ପ୍ରାର୍ଥୀ ଙ୍କୁ ସମିତି ନିର୍ବାଚନ ରେ ଲଢ଼ିବା ପାଇଁ ନିୟମ ନଥିବା ବେଳେ ଆଇନ କୁ ଦଳିମକଚି ଦିଆଯାଇ ଥିବା ନଜର କୁ ଆସିଛି l ଏଠାରେ ଦାରିଙ୍ଗିବାଡି ର ପଠାଣି ସାହୁ ଙ୍କର ମାତ୍ର 116ଟଙ୍କା ଏବଂ ଦିଲ୍ଲୀପ ପ୍ରଧାନ ଜଣେ ଋଣ ଖିଲାପକାରୀ ହୋଇ ନିର୍ବାଚନ ଜିତି ବୋର୍ଡ ମେମ୍ବର ହୋଇଛନ୍ତି l ଦିଲ୍ଲୀପ ପ୍ରଧାନ ସମିତି ରେ ଋଣ ନେଇ ସୁଧ ମୂଳ ସହିତ ଦୁଇ ଲକ୍ଷ ଚଉରା ନବେ ହଜାର ସାତ ଶହ ଅଣ ତିରିଶ ଟଙ୍କା ବାକି ରହିଛି l ଦିଲ୍ଲୀପ ଙ୍କ ପାଖକୁ କିଛି ଦିନତଳେ ସମିତି ର ନୋଟିସ ଯାଇଛି l ଏନେଇ ପଠାଣି ସାହୁ ଙ୍କ ପ୍ରତିଦ୍ବନ୍ଦି ଯୋଗେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରାର୍ଥୀ ପତ୍ର କାଏମ ରଖା ଯାଇଥିଲା l ଦାରିଙ୍ଗିବାଡି ର ସମାଜ ସେବୀ ନାହାକ ପ୍ରଧାନ ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ମାଗିବା ପରେ ଘଟଣା ସାମନା କୁ ଆସିଛି l ସୂଚନାଯୋଗ୍ୟ ଯେ ଗତ 19.6.2022 ରେ ସମିତି ଗଠନ ପାଇଁ ନିର୍ବାଚନ ହୋଇଥିଲା l ନିୟମ ଅନୁଯାୟୀ ଏହି ଦୁଇ ବ୍ୟକ୍ତି ଙ୍କ ନୋମି ନେସନ୍ ବେଳେ ପ୍ରାର୍ଥୀପତ୍ର ନାକଚ ହୋଇ ଅଯୋଗ୍ୟ ହେବାକଥା, କିନ୍ତୁ ଦାୟିତ୍ଵ ରେ ଥିବା ନିର୍ବାଚନ ଅଧିକାରୀ ଡିଆରସିଏସ ଏବଂ ଏଆରସିଏସଙ୍କ ଜ୍ଞlତସାର ରେ ନିର୍ବାଚନ ହେଉଥିଲା ନା ଆଉ କୌଣସି ଅଦୃଶ୍ୟ ଶକ୍ତି କାମ କରୁଥିଲା ଯେ କେହି ଜାଣି ପାରିଲେ ନାହିଁ ନା ଜାଣି ଶୁଣି ନୀରବ ଥିଲେ l ସେହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଦାରିଙ୍ଗିବାଡିବାସୀ ଙ୍କ ମନରେ l ଏମ.ଡି.ଚନ୍ଦ୍ର ମୋହନ ସାହୁ ଏବଂ ଡିଇଓ ମୁନା ଗୌଡ଼ କୁଆଡେ ଏହି ଦୁଇ ବ୍ୟକ୍ତି ଙ୍କୁ ସହଯୋଗ କରୁଥିଲେ ବୋଲି ଗୁରୁତର ଅଭିଯୋଗ ହେଉଛି l ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଆଇନ କୁ ଭାଙ୍ଗିଥିବା ଅଧିକାରୀ ଏବଂ ନିର୍ବାଚିତ ବୋର୍ଡ ମେମ୍ବର ପଠାଣି ସାହୁ ଏବଂ ଦିଲ୍ଲୀପ ପ୍ରଧାନ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ଯନୁଷ୍ଠାନ ନେବାକୁ ବିଭିନ୍ନ ମହଲ ରେ ଦାବୀ ଜୋର ଧରିଛି l

Leave a Reply

Your email address will not be published. Required fields are marked *