Spread the love

ସୁନା ଅଳଙ୍କାର ସଫାକରିବା ବାହାନାରେ କରୁଥିଲେ ଲୁଟ୍, ମାଡ଼ି ବସିଲା ପୋଲିସ୍ ,ଦୁଇ ଗିରଫ ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ପୋଲିସ କବ୍ଯାରେ ସୁନା ଅଳଙ୍କାର ଲୁଟ୍ କରୁଥିବା ଦୁଇ ଲୁଟେରା । ଏହି ଦୁଇ ଜଣକୁ ବିହାରର ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା। ଏମାନେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସୁନା ଅଳଙ୍କାର ସଫାକରିବା ଆଳରେ ଅଳଙ୍କାର ଲୁଟ କରୁଥିଲେ ।ଘରଘର ବୁଲି ମହିଳାଙ୍କ ପାଖରୁ ଅଳଙ୍କାର ନେଇ ସଫାକରିବା ଆଳରେ ସୁଯୋଗ ଦେଖି ଅଳଙ୍କାର ଧରି ଚମ୍ପଟ ମାରୁଥିଲେ । ଏହି ଆନ୍ତଃ ରାଜ୍ୟ ଗ୍ୟାଙ୍ଗର ଦୁଇ ଲୁଟେରା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲା ବାହୁରା ଗାଁ ର ରାଜକୁମାର ସାହା ଓ ସହରସା ଜିଲ୍ଲା ସୈରୀ ବଜାର ର ଜବାହାର ସ୍ବର୍ଣ୍ଣକାର । ଏମାନଙ୍କ ଠାରୁ ପୋଲିସ ସୁନା ଧୁଆ କେମିକାଲ ( ପିତାମ୍ବରୀ ପାଉଡର) ସହିତ ଦୁଇ ଟି ମୋବାଇଲ ଫୋନ୍ ଜବତ୍ କରିଛି । ଏମାନେ ଗତ କିଛି ମାସ ଭିତରେ ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ,ରାମଲା ଓ ଚମ୍ପୁଆର ନିକୋଲେସନ ଟ୍ରେନିଂ ସ୍କୁଲ ନିକଟରୁ ସୁନା ଅଳଙ୍କାର ସଫାକରିବା ଆଳରେ ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ। ଏସବୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *