Spread the love

ବାଇକ୍ ଦୁର୍ଘଟଣାରେ ଗୁରୁତର ବସନ୍ତ ତ୍ରିପାଠୀ, ଆଶୁ ଆରୋଗ୍ୟ କାମନା

ବଅଁରପାଳ: ବାଇକ୍‌ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ତତ୍କାଳୀନ ବଅଁରପାଳ ବ୍ଲକ୍ ସଭାପତି ବସନ୍ତ ତ୍ରିପାଠୀ। ଅଗଷ୍ଟ ୧୬ ତାରିଖରେ ବଅଁରପାଳ ନୁଆହତା ବ୍ରିଜ୍ ତଳେ ସେ ବାଇକ୍‌ରୁ ପଡ଼ିଯାଇଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ନିଜ ଘରେ ଚିକିତ୍ସାଧିନ ଅଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ବସନ୍ତ ତ୍ରିପାଠୀ ଖୁବଶୀଘ୍ର ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରନ୍ତୁ—ଏହି କାମନା କରିଛନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ।

Leave a Reply

Your email address will not be published. Required fields are marked *