Spread the love

ସୁଭଦ୍ରା ଯୋଜନାର ସଚେତନତା ପଦଯାତ୍ରା ଆୟୋଜିତ

ଭବାନୀପାଟଣା: ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୂତନ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ନେଇ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଏକ କୋଟିରୁ ଉର୍ଦ୍ଧ ମହିଲାମାନଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ଜିଲ୍ଲା (ଡି.ଏସ.ଡବ୍ଲ୍ୟୁ.ଓ.) ଙ୍କ ସଂଯୋଜନାରେ ଶତାଧିକ ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ସୁଭଦ୍ରା ଯୋଜନାର ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଡି.ଏସ.ଡବ୍ଲ୍ୟୁ ଙ୍କ କାର୍ଯ୍ୟାଳୟ ସମ୍ମୁଖ୍ୟରେ ପହଞ୍ଚିଥିଲେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ସଚେତନ କରାଇବା ପାଇଁ ସ୍ଳୋଗାନ ଦେଇଥିଲେ । ଏହି ଶୋଭାଯାତ୍ରାରେ ସାଂସଦ ଲୋକସଭା ମାଳବିକା ଦେବୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଉଜିବୁନ ନିଶା ଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଡି.ପି.ଓ., ଡି.ଏସ.ଡବ୍ଲ୍ୟୁ.ଓ. ଙ୍କ ସମେତ ଡି.ଏସ.ଡବ୍ଲ୍ୟୁ.ଓ. କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ସୂଚାରୁରୂପେ ପରିଚାଳନା କରିଥିଲେ ।କଳାହାଣ୍ଡିି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *