Spread the love

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, ୨୧/୧: ଢେଙ୍କାନାଳ ସ‌ହରମଧ୍ୟସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜି ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଷ୍ଟମ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ତ ଜଳାଶୟକୁ ନେଇ ବିଭିନ୍ନ ଜଳାଶୟ ଗୁଡିକୁ କିପରି ସଂରକ୍ଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ରଖାଯାଇ ପାରିବ ସେ ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଏବଂ ଇକୋ କ୍ଲବ୍ ଶିକ୍ଷୟିତ୍ରୀ ଶ୍ରୀମତୀ କନ୍ୟା କୁମାରୀ ଭୂତିଆ, ଶ୍ରୀମତୀ ଶର୍ମିଷ୍ଠା, ଉପସନା ନାଥ ଶର୍ମା, ଲିପିକା ନାଏକ, ସସ୍ମିତା ସାଇଁ, ସୁଲୋଚନା ଭୂତିଆ, ମାମାଲି ମିଶ୍ର, ଶ୍ରୀମତୀ ରାନୁ ଦାସ, ଜୟନ୍ତୀ ବେହେରା ପ୍ରମୁଖ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *