Spread the love

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ

କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ “ଗୁରୁବନ୍ଦନ” ଆଜି ଉଦ୍ଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ,ସମ୍ମାନିତ ଅତିଥି ଭାବେ “ସମାଜ” ସମ୍ବାଦପତ୍ର ର ପୂର୍ବତନ ସମ୍ପାଦକ ଶ୍ରୀ ସତ୍ୟ ରାୟ,ସି.ବି.ଏସ.ସି ଭୁବନେଶ୍ବରର ଆଞ୍ଚଳିକ ଅଧିକାରୀ ଶ୍ରୀ କେ.ଶ୍ରୀନିବାସନ, ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପ,ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ଼.ଜି.ଏସ. ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଅଧକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ସ୍ଵାଗତ ଭାଷଣ ଦେଇ ଜାଭିୟର୍ସ ହାଇସ୍କୁଲର ର ଇତିହାସ ସମ୍ପର୍କରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ। ଜାଭିୟର୍ସ ଗ୍ରୁପ୍ ର ନିର୍ଦେଶକ ରାଜ୍ୟରେ ଜାଭିୟର୍ସ ଗ୍ରୁପ୍ ଦ୍ଵାରା ପରିଚାଳିତ ଶିକ୍ଷା ବ୍ୟବସ୍ଥା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁବନ୍ଦନା ନାଟକ ପରିବେଷଣ ସହିତ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥି ମାନେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସ୍ମରଣିକା ଉନ୍ମୋଚନ କରିଥିଲେ। ଶେଷରେ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଗୁରୁଙ୍କୁ ସମ୍ମାନ ଓ ଶ୍ରଦ୍ଧା ପାଇଁ ଗୁରୁ ଓ ଶିକ୍ଷା ପରମ୍ପରା ଉପରେ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ଏହି ଅବସରରେ ଅତିଥି ଏବଂ କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବାଚସ୍ପତି ସୁରମା ପାଢ଼ୀ କହିଲେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସେମାନଙ୍କୁ ମଣିଷ ଭଳି ଗଢି ତୋଳିବା କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 1999 ମସିହାରେ 5 ଜଣ ବୁଦ୍ଧିଜୀବୀଙ୍କ ନେଇ ଏହି ବିଦ୍ୟାଳୟ ଗଢି ଉଠିଥିଲା। ସେତେବେଳେ 250 ଜଣ ଛାତ୍ର ଛାତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *