Spread the love

ସ୍ବେଚ୍ଛାସେବୀ ଅଭୟଙ୍କ ପ୍ରୟାସରେ ଅମ୍ବାଭୋନାରୁ ଦୁଇ ଭିକ୍ଷାବୃତ୍ତି କରୁଥିବା ଶିଶୁ ଉଦ୍ଧାର ।

ଅମ୍ବାଭୋନା : ଆଜି ସକାଳ ୧୦ ଘଟିକା ସମୟରେ ଅମ୍ବାଭୋନା କେଦାରନାଥ ଶିଵ ମନ୍ଦିର ନିକଟରେ ଦୁଇ ଶିଶୁ ଭିକ୍ଷାବୃତ୍ତି କରୁଥିବା ଦୃଶ୍ୟ ଗ୍ରାମର ସ୍ବେଚ୍ଛାସେବୀ ଅଭୟ କୁମାର ପଣ୍ଡା ଙ୍କ ଦୃଷ୍ଟିଗୋଚର ହୋଇଥିଲା ।ଅଭୟ ଦୁଇ ଶିଶୁଙ୍କୁ ଅନେକ ଥର ପଚାରିବା ପରେ ମଧ୍ୟ ସେମାନେ ତାଙ୍କର ଠିକଣା କିମ୍ବା ନାଁ ଜଣେଇ ନ ଥିଲେ ।ଏମିତି ନିରୀହ ଶିଶୁ ଙ୍କୁ ଭିକ୍ଷାବୃତ୍ତି କାର୍ଯ୍ୟରୁ ଉଦ୍ଧାର କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଚିନ୍ତା କରି ଅଭୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତି ମଞ୍ଜୁ ଏକ୍କା ମହାଶୟା ଙ୍କୁ ଯୋଗଯୋଗ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାଙ୍କ ବିଭାଗୀୟ କର୍ମଚାରୀ ଶ୍ରୀ ସୁରେନ୍ଦ୍ର ଦାଶ ,ଶ୍ରୀମତି ବବିତା ରାଉତ ଏବଂ ଶ୍ରୀ ପ୍ରଭାତ ଚାଲାନଙ୍କ ସହ ଅମ୍ବାଭୋନା ଗ୍ରାମରେ ପହଞ୍ଚି ଶିଶୁଙ୍କ ମାତା ପିତା ଙ୍କୁ ଅନେକ ବୁଝା ସୁଝା କରି ଶିଶୁଙ୍କୁ ପରାମର୍ଶ ଦେଇଥିଲେ ।ସ୍ବେଚ୍ଛାସେବୀ ଅଭୟ ଏବଂ ବିଭାଗୀୟ ଅଧିକାରୀଙ୍କ ଦୀର୍ଘ ସମୟର ମିଳିତ ପରିଶ୍ରମ ପରେ ଉଭୟ ଶିଶୁଙ୍କ ମାତା ପିତାଙ୍କ ସ୍ୱୀକୃତି ପରେ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି କସ୍ତୁରବା ଗାନ୍ଧୀ ମାତୃ ନିକେତନ ପାଇକମାଲ କୁ ସୁରକ୍ଷା ସହ ପଠାଗଲା ।

Leave a Reply

Your email address will not be published. Required fields are marked *