Spread the love

ସ୍ବେଛାସେବୀ ସଂଗଠନ ସେବାଗ୍ରୁପ୍ ପକ୍ଷରୁ ସର୍ବସାଧାରଣ ଙ୍କ ଉଦ୍ଦେଶ୍ୟରେ ଥଣ୍ଡା ପାନୀୟଜଳ ଫ୍ରିଜ୍ ସ୍ଥାପନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ପୁରୁଣା ବସଷ୍ଟାଣ୍ଡ ଠାରେ ଜନସାଧାରଣଙ୍କୁ ଥଣ୍ଡା ପାନୀୟଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ୱାଟରଫ୍ରିଜ ସ୍ଥାପନ କରାଯାଇଛି। ବଡବିଲ ପୌରାଞ୍ଚଳରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଗ୍ରୁପ୍ ପକ୍ଷରୁ ବଡବିଲ ପୌରାଞ୍ଚଳ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ଠାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ୱାଟର ଫ୍ରିଜ ସ୍ଥାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେବା ଗ୍ରୁପ୍ ପକ୍ଷରୁ ବ୍ରାହ୍ମଣ ଦ୍ଵାରା ଯଥାବିଧି ପୂଜାର୍ଚ୍ଚନା କରି ଏହି ଥଣ୍ଡା ପାନୀୟଜଳ ୱାଟର ଫ୍ରୀଜ କୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉସର୍ଗିକୃତ କରାଯାଇଥିଲା , ଏହି ଅବସରରେ ସ୍ବେଛସେବୀ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *