Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ହରିଣ ପାର୍କରେ ମରୁଛନ୍ତି ହରିଣ : ହରିଣ ପାର୍କ ସ୍ଥାନାନ୍ତର ପାଇଁ ଚେଷ୍ଟା 

ବଅଁରପାଳ ନାଲ୍‌କୋନଗର ଆମୋଦ ପ୍ରମୋଦ ପାଇଁ ରହିଛି ହରିଣ ପାର୍କ ଏଥିରେ ଅଳ୍ପ କେତୋଟି ଗଛ ଥିବାବେଳେ ହରିଣମାନେ ନିଧୁମ ଖରାରେ ଆଉଟୁପାଉଟୁ ହେଉଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ପାର୍କରେ ମୋଟ ୫୫ଟି ହରିଣ ଥିବାବେଳେ ଗତ ରବିବାର ସେଥିରୁ ଗୋଟିଏ ଅଣ୍ଡିରା ହରିଣ ମରିଯାଇଥିବା ରକ୍ଷଣାବେକ୍ଷଣ ଦାୟିତ୍ଵଥିବା କର୍ମଚାରୀ ଦେଖିଥିଲେ । ହରିଣ ମାରିବା ସଂପର୍କରେ ସେମାନେ ନାଲ୍‌କୋ ଉଦ୍ୟାନ ବିଭାଗ ଅଧିକାରୀ ଏଜିଏମ୍ ଉମାକାନ୍ତ ମହାରଣାଙ୍କୁ ଜଣାଇଥିଲେ । ଗତକାଲି ବଅଁରପାଳ ପ୍ରାଣୀ ଚିକିତ୍ସକ ଡା . ପି.ସି. ସେଠୀ ହରିଣର ଶବ ବ୍ୟବଚ୍ଛେଦ କରିଥିଲେ । ପାର୍କ ପରିସରରେ ମୃତ ହରିଣ ପୋତିଦିଆଯାଇଥିଲା । ଏହି ହରିଣ ପାର୍କ ସ୍ଥାନାନ୍ତର ପାଇଁ ନାଲ୍‌କୋ ପ୍ରଶାସନ ବନ ବିଭାଗକୁ ଆବେଦନ କରିଥିଲେ ସୁଦ୍ଧା ବିଭାଗର ଅନୁମତି ମିଳୁନଥିବାରୁ ପାର୍କ ସ୍ଥାନାନ୍ତର ହୋଇପାରୁନାହିଁ ।