Spread the love

କଟକ: ଆଜି ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ ଲାଗିଯାଇଛି। ହୁତହୁତ୍ ହୋଇ ଜଳିଯାଇଛି ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି। ହାଇକୋର୍ଟ ସାମ୍ନାରେ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଗାଡିରେ ନିଆଁ ଲଗାଇଥିଲେ ମହିଳା। ହାଇକୋର୍ଟ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇଥିବା ମହିଳା ଜଣକ ଲାଲବାଗ ଥାନା ପୁଲିସ୍ ହାତରେ ଧରାପଡିଛନ୍ତି।

ନିଆଁ ଲଗାଇଥିବା କଥାକୁ ମହିଳା ଜଣକ ସ୍ବୀକାର କରିଛନ୍ତି । କାହିଁକି ନିଆଁ ଲଗାଇଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *