Spread the love

*ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ!*


*ହିନ୍ଦୋଳ* – ୨୬-୦୧-୨୩- ହିନ୍ଦୋଳ ସଦର ମହକୁମା ଠାରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ୮.୪୫ ମିନିଟ ରେ ହିନ୍ଦୋଳ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଏନ ସି ସି , ସ୍କlଉଟ, ସିଭି ଲ୍ୟାନ ,ପୋଲିସ ପ୍ଲାଟୁନର ପ୍ୟାରେଡ଼ ପରିଦର୍ଶନ କରିଥିଲେ ଓ ଅଭିବାଦନ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ବକୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ,କୋଇଜ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରା ଯାଇ ଥିଲା। ଯଥା ସିନିୟର ଦଳ ପ୍ୟାରେଡ଼ ପ୍ରତିଯୋଗିତାରେ ୧ ମ – ହିନ୍ଦୋଳ ହାଇସ୍କୁଲ ଏନ ସି ସି (ବୟ), ୨ ୟ- ହିନ୍ଦୋଳ ହାଇସ୍କୁଲ ଏନ ସି ସି (ଗ୍ରାଲସ) , ଜୁନିୟର ଦଳ ପ୍ୟାରେଡ଼ରେ -ପ୍ରଥମ ସରସ୍ୱତୀ ଶିଶୁ ମନ୍ଦିର ହିନ୍ଦୋଳ, ଦ୍ୱିତୀୟ ଜାଭିୟର ବିଦ୍ୟାଳୟ ହିନ୍ଦୋଳ, ସଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ -ଜାଭିୟର ପବ୍ଲିକ ସ୍କୁଲ , ଦ୍ଵିତୀୟ -ରାଧାନାଥ ପୁର ଉପ୍ରା ବିଦ୍ୟାଳୟ, ତୃତୀୟ- ରିଜୋନlଲ କଲେଜ ଓ ସ୍ୱତନ୍ତ୍ର ପୁରସ୍କାର ଘୋଷ ଟିମ ସରସ୍ବତୀ ଶିଶୁ ମନ୍ଦିର ,ହିନ୍ଦୋଳ ପାଇ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶାସନ, ସାମ୍ବାଦିକ, ରାଜନେତା ଓ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ।।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Leave a Reply

Your email address will not be published. Required fields are marked *