ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ; ତଳିଆ ଅଞ୍ଚଳକୁ ସତର୍କତା ଜାରି
ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବା ଯୋଗୁଁ ଆଜି ଅପରାହ୍ନରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ନଦୀପଠା କିମ୍ବା ନଦୀ ଭିତରକୁ ଗାଧୋଇବା ତଥା ଅନ୍ୟ କୌଣସି କାର୍ଯ୍ୟ ପାଇଁ ନଯିବାକୁ ଡ୍ୟାମ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
