Spread the love

ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ

ଆଉ ୪ ଗେଟ୍ ଖୋଲିଲା, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପରିମାଣ ବଢ଼ାଯାଇଛି। ପୂର୍ବରୁ ୮ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବା ବେଳେ ଏବେ ଆଉ ୪ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ବର୍ତ୍ତମାନ ଜଳଭଣ୍ଡାରର ବାମପାର୍ଶ୍ୱର ୮ଟି ଏବଂ ଡାହାଣପାର୍ଶ୍ୱର ୪ଟି ଗେଟ୍ ଖୋଲା ରହିଛି। ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୫ ଫୁଟ୍ ରହିଥିବା ସୂଚନା ମିଳିଛି।

ଜଳଭଣ୍ଡାରକୁ କେତେ ପରିମାଣର ଜଳ ପ୍ରବେଶ କରୁଛି, ଉପରମୁଣ୍ଡରେ ବର୍ଷାର ସ୍ଥିତି ଏବଂ ମହାନଦୀର ଜଳସ୍ତର ଆଦିକୁ ନିରନ୍ତର ନଜରରେ ରଖାଯାଉଛି। ଏହି ସମସ୍ତ ସ୍ଥିତିକୁ ବିଚାର କରି ଗେଟ୍ ଖୋଲିବା କିମ୍ବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଉଛି।

ଜଳଭଣ୍ଡାରର ସୁରକ୍ଷା ସହ ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଗାମୀ ସମୟରେ ଜଳଭଣ୍ଡାରକୁ ଜଳ ପ୍ରବେଶ ବଢ଼ିଲେ ପରିସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ଆହୁରି ଗେଟ୍ ଖୋଲାଯାଇପାରେ।

୧୨ଟି ଗେଟ୍ ଖୋଲିବା ପରେ ତଳମୁଣ୍ଡର ନଦୀକୂଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *