Spread the love

ହ୍ବାଇଟ୍‌ ହାଉସ୍‌ରେ କୋକେନ୍ ମିଳିବା ସନ୍ଦେହ

ଆମେରିକାର ସିକ୍ରେଟ୍‌ ସର୍ଭିସ୍‌କୁ ହ୍ବାଇଟ୍‌ ହାଉସ୍‌ରୁ ରବିବାର ସନ୍ଧ୍ୟାରେ ଧଳା ରଙ୍ଗର ପାଉଡର ମିଳିବା ପରେ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି। ଆଇନ ପ୍ରବର୍ତ୍ତନ ସଂସ୍ଥା ପକ୍ଷରୁ ତଦନ୍ତ ଜାରି ଥିବା କୁହାଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ ହ୍ବାଇଟ୍‌ ହାଉସ୍‌ରୁ ମିଳିଥିବା ସନ୍ଦେହଜନକ ପାଉଡର କୋକେନ୍‌ ବୋଲି ଜଣାପଡ଼ିଛି।
ତେବେ ଏହି ହ୍ବାଇଟ୍‌ ପାଉଡର ହ୍ବାଇଟ୍‌ ହାଉସ୍‌ ଭିତରକୁ କିପରି ଆସିଲା ତାହା ବୁଝିବାକୁ ଚେଷ୍ଟା ଚାଲିଥିବା ସିକ୍ରେଟ୍‌ ସର୍ଭିସ୍‌ ମୁଖପାତ୍ର ଆଣ୍ଟୋନି ଗୁଗଲିଏଲମି ସୂଚନା ଦେଇଛନ୍ତି। ହ୍ବାଇଟ୍‌ ପାଉଡର ନେଇ କୌଣସି ବିପଦ ନ ଥିବା ଅଗ୍ନିଶମ ବିଭାଗ କହିଛି। ତେବେ ପାଉଡର ମିଳିବା ସମୟରେ ହ୍ବାଇଟ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଉପସ୍ଥିତ ନ ଥିଲେ। ହ୍ବାଇଟ୍‌ ହାଉସ୍‌ର କେଉଁ ସ୍ଥାନରୁ ଏବଂ କେତେ ପରିମାଣର ହ୍ବାଇଟ୍‌ ପାଉଡର ମିଳିଛି, ସେ ସମ୍ପର୍କରେ ସୂଚନା ଦେବା ଲାଗି ସିକ୍ରେଟ୍‌ ସର୍ଭିସ ପକ୍ଷରୁ ମନା କରାଯାଇଛି।

Leave a Reply

Your email address will not be published. Required fields are marked *