Spread the love

ଭୂବନେଶ୍ବର: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ପ୍ରଣୟନ କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏହି ପ୍ରସ୍ତାବ ଦେଇଛନ୍ତି। ଉପବାଚସ୍ପତି ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସଂଗଠିତ ଅପରାଧ, ଗ୍ୟାଙ୍ଗ ଅପରେସନ ଏବଂ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି।

ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ଆଣିବାକୁ ମୁଁ ପ୍ରସ୍ତାବ ଦେଇଛି। ଗୁଣ୍ଡାଗର୍ଦି ରୋକିବା ପାଇଁ ମହାରାଷ୍ଟ୍ର, ୟୁପି ଆଦି ରାଜ୍ୟରେ ଏହି ଆଇନ ରହିଛି। ଏହି ଆଇନ ଆସିଲେ ରାଜ୍ୟରେ ଗୁଣ୍ଡା ଏବଂ ଅସାମାଜିକଙ୍କ ଭୟ ରହିବ। ସହ ଗୁଣ୍ଡାଗର୍ଦି କମିବ। ଯାହା ନାଁରେ ୧୦ରୁ ଅଧିକ ମାମଲା ରହିଛି, ସେମାନେ ଜେଲ୍ ଯିବେ। ଜାମିନ ଶୀଘ୍ର ମିଳିପାରିବନି।

Leave a Reply

Your email address will not be published. Required fields are marked *