Spread the love

୧୦ତମ ଅଦ୍ୱୈତ ପ୍ରସାଦ ସିଂହ ଓ ୩୦ତମ ମା ବ୍ରହ୍ମାୟଣୀ କ୍ରିକେଟ କପ ଉଦଯାପିତ : ୟୁନିଅନ ସ୍ପୋର୍ଟିଂ କଟକ ବିଜେତା :

ଆଜି ବଅଁରପାଳ ବ୍ଲକ ଗୋତମରା ସ୍ଥିତ ଏମ୍ ବି ସି ସି ଖେଳ ପଡ଼ିଆ ଠାରେ ୧୦ତମ ଅଦ୍ୱୈତ ପ୍ରସାଦ ସିଂହ ଓ ୩୦ତମ ମା ବ୍ରହ୍ମାୟଣୀ କ୍ରିକେଟ କପ ଉଦଯାପିତ ହୋଇଯାଇଛି। ୮ଗୋଟି ଟିମ ଯାହାକି କସମସ ଢେଙ୍କାନାଳ, ଏନ୍ ଆର୍ ସି ଏ ନାଲକୋ, ବିଡ଼ାନାସି କଟକ, ୟୁନିଅନ ସ୍ପୋର୍ଟିଂ କଟକ, ମା ବୁଢ଼ୀ ଅନୁଗୋଳ, ଆର୍ ସି ସି କଟକ, ଭଦ୍ରକ ରେଳବାଇ, rycc ଆର୍ ୟାଇ ସି ସି ରାଉରକେଲା ଙ୍କୁ ନେଇକି ୮ ଦୀନ ଧରି ଏଇ ଅନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା। ଗ୍ରୁପ ଏ ଏବଂ ଗ୍ରୁପ ବି ରୁ ୟୁନିଅନ ସ୍ପୋର୍ଟିଂ ଓ ଭଦ୍ରକ ରେଳବାଇ ଟିମ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ଉଦଯାପନି ଉତ୍ସବରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଗଲ ଓ ପରିବେଶ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ। ମାନ୍ୟବର ବିଧାୟକ ପାଲ୍ଲହରା ଶ୍ରୀ ମୁକେଶ ପାଳ, ମାନ୍ୟବର ବିଧାୟକ ଆଠମଲ୍ଲିକ ଶ୍ରୀ ରମେଶ ଚନ୍ଦ୍ର ସାଏ, ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସନ୍ତୋଷ ପ୍ରଧାନ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଅନୁଗୋଳ ବ୍ଲକ ବିଜେଡି ସଭାପତି ଶ୍ରୀ ସରୋଜ ନାରାୟଣ ସାହୁ, ତପନ ତ୍ରିପାଠୀ, ସମବାୟ ବ୍ୟାଙ୍କ ନିର୍ଦେଶକ ସରୋଜ ନାଏକ, ରାଜ୍ୟ ଯୁବ ଜନତା ଦଳ ଉପ-ସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ, ରାଜ୍ୟପାଳଙ୍କ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କୁମୁଦ ବିହାରୀ ସିଂହ, ଜିଲ୍ଲା ପରିଷଦ ଶ୍ରୀ ଗୋପାଳ ନାଏକ, ସରପଞ୍ଚ ମଣ୍ଟୁ ବରାହ, ସମିତି ସଭ୍ୟ ରାମ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍ ବି ସି ସି କ୍ଲବ ସଭାପତି ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣାଭ ସିଂହ, ରାମ ମାଝୀ, ସଚି ରାଉତ, ଉପେନ୍ଦ୍ର ସାମଲ, ରାକେଶ ମାଝୀ, ଇଲୁ ଦେହୁରୀ, ସଂଜୀବ ଭୂତିଆ ଓ ଏମ୍ ବି ସି ସି କ୍ଲବର ସମସ୍ତ ପୁରାତନ ଓ ନୂତନ ସଦସ୍ୟଙ୍କ ତତ୍ୱବାଧାନରେ ଟୁର୍ଣ୍ଣାମେଣ୍ଟ ପରିଚାଳନା ହୋଇଥିଲା। ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ୟୁନିଅନ ସ୍ପୋର୍ଟିଂ ଟିମ ଭଦ୍ରକ ରେଳବାଇ ଟିମ କୁ ୭୫ ରନରେ ପରାସ୍ତ କରି ଟୁର୍ଣ୍ଣାମେଂଟର ଚମ୍ପିୟାନ ହୋଇ ୫୦୦୦୦ ଟଙ୍କା ଓ ଟ୍ରଫି ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *