Spread the love

୧୪ଦଫା ଦାବୀ ନେଇ ନିର୍ମାଣ ଶ୍ରମିକଙ୍କ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, ୨୧/୩: ଢେଙ୍କାନାଳ ନିର୍ମାଣ ଶ୍ରମିକଙ୍କ ୧୪ଦଫା ଦାବୀପତ୍ର ନେଇ ସ୍ଥାନୀୟ ହାଟରୋଡସ୍ଥିତ ଶ୍ରମ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତରାଙ୍କୁ ପ୍ରଦାନ କରିଛନ୍ତି । ସି.ଆଇ.ଟି.ୟୁ ସହବନ୍ଧିତ ଓଡିଶା କନ୍‌ଷ୍ଟ୍ରକ୍‌ସନ୍‌ ୱାର୍କର୍ସ ୟୁନିୟନର ସମସ୍ୟା ସମାଧାନ ପାଇଁ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ନବୀକରଣ ବ୍ୟବସ୍ଥାକୁ ସରଳିକରଣ କରି ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୩ମାସରେ ପରିଚୟ ପ୍ରଦାନ ଓ ତୁରନ୍ତ ସମସ୍ତ ଚେନିଫିଟ୍ ପ୍ରଦାନ କରାଯାଉ । ନବୀକରଣ ପାଇଁ ଦରଖାସ୍ତ କରିବାର ଏକ ସପ୍ତାହ ମଧ୍ୟରେ ମଞ୍ଜୁର କରାଯାଉ, କୋଠାବାଡି ଓ ନିର୍ମାଣ ଶ୍ରମିକ ସେସ୍ ପାଣ୍ଠି କଡାକଡି ଭାବେ ଆଦାୟ କରିବା, ହାଇସ୍କୁଲ୍ ଓ ସମସ୍ତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢୁଥୁବା ନିର୍ମାଣ ଶ୍ରମିକ ହିତାଧିକାରୀଙ୍କ ପିଲାମାନଙ୍କୁ ଛାତ୍ରବୃତି, ନିର୍ମାଣ ଶ୍ରମିକ ହିତାଧୁକାରୀମାନଙ୍କ ମୃତ୍ୟୁକାଳୀନ ସହାୟତା ବୃଦ୍ଧି, ନିର୍ମାଣ ଶ୍ରମିକ ହିତାଧୁକାରୀଙ୍କ ପେନ୍‌ସନ୍ ବୃଦ୍ଧି, ମହିଳା ଶ୍ରମିକମାନଙ୍କୁ ୫୫ ବର୍ଷରେ ପେନ୍‌ସନ୍, ରାଜ୍ୟରେ ବନ୍ଦ ଥିବା କଳକାରଖାନା-ଖଣିଖାଦାନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ତୁରନ୍ତ ଖୋଲିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ପ୍ରତ୍ୟାହାର, ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରି ୨୬ ହଜାର ଟକା, ଠିକା, କାଜୁଆଲ୍, କଂଟ୍ରାଚ୍ୟୁଆଲ୍, ପିକୃତ୍ ଟର୍ମ ଏମ୍ପୁଏଫେଟ୍ ପ୍ରଥା ବନ୍ଦ କରି ସ୍ଥାୟୀ କାର୍ଯ୍ୟରେ ଠିକାଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ଓଡିଶାର ସମସ୍ତ ଜିଲ୍ଲା ଶ୍ରମ ଅଫିସ୍‌ରେ ଖାଲି ପତିଥିବା ପଦବୀ ଗୁଡିକରେ ତୁରନ୍ତ ନିଯୁକ୍ତି ଦେବା, ନିର୍ମାଣ ଶ୍ରମିକମାନଙ୍କ ପାଇଁ ପ୍ରଚଳିତ ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା, ଆବେଦନ ହୋଇଥିବା ନିର୍ମାଣ ଶ୍ରମିକ ସହାୟତା ରାଶି ଆବେଦନର ୩ମାସ ମଧ୍ୟରେ ପ୍ରଦାନ କରାଯାଉ, କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପ୍ରାଧୀକୃତ ବ୍ୟକ୍ତି / ପ୍ରତିନିଧ‌ିଙ୍କ ସମସ୍ୟା ସମାଧାନ ପାଇଁ ସତନ୍ତ୍ର ଡେସ୍କ କିମ୍ବା ସପ୍ତାହରେ ଗୋଟିଏ ଦିନ ସଂରକ୍ଷଣ ରଖାଯାଉ ଇତ୍ୟାଦି ପ୍ରମୁଖ ଦଫା ନେଇ ଏକ ଦାଦୀପତ୍ର ପ୍ରଦାନକରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ଓଡିଶା ନିର୍ମାଣ ଶ୍ରମିକ ସଂଘର ସଂଗଠକ ସର୍ବତ୍ତ୍ଵ ସାହୁ, ଏଆଇଟିୟୁସିର ସଭାପତି ରବି ରଥ, ବିଶ୍ବନାଥ ନାୟକ, ସମୀର ନାଏକ, ସୁବ୍ରତ କୁମାର ନାଏକ, ଜୟନ୍ତ ବେହେରା, ଅନି ନାଏକ, ଲିଜା ନାଏକ, ଜିଲ୍ଲା ନାଏକ, ପ୍ରତିପ୍ରଭା ବିଶ୍ବାଳ, ସୁବାଷ ନାଏକ, ନିଶାମଣି ନାଏକ, ଅଭୟ ନାୟକଙ୍କ ସମେତ ଶତାଧ‌ିକ ଶ୍ରମିକ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *