Spread the love

ଭୂବନେଶ୍ୱର, ୧୩/୧୧ : ସମ୍ବଲପୂର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୪୦ ଗ୍ରାମ ବେଆଇନ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏସକେ ସବିର ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଜବତ ବେଆଇନ ବ୍ରାଉନସୁଗାର ର ମୁଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ସୁଚନା ଦେଇଛନ୍ତି।

ଟ୍ରେନ ରେ ସମ୍ବଲପୁରକୁ ବେଆଇନ ବ୍ରାଉନ ସୁଗାର ଆସୁଥିବା ସୁଚନା ପାଇବାପରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏକ ଟିମ୍ ଟ୍ରେନରେ ଅଭିଯୁକ୍ତ ଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଅଭିଯୁକ୍ତ ମାନେ ଟ୍ରେନରୁ ଖସି ପଲାଇଥିଲେ ଏହାପରେ ସେମାନେ ସୁନାପାଲି ଠାରେ ଥିବା ଖବର ପାଇ ଚଢଉ କରାଯାଇଥିଲା। ଚଢଉ ବେଳେ ଅଭିଯୁକ୍ତ ଏସକେ ସବିର ଙ୍କ ଠାରୁ ୧୪୦ ଗ୍ରାମ ବେଆଇନ ବ୍ରାଉନ ସୁଗର ଜବତ କରାଯାଇଛି। ଘଟଣାରେ ଜଡିତ ଅନ୍ୟ ଜଣେ ଫେରାର ଅଛି।

Leave a Reply

Your email address will not be published. Required fields are marked *