Spread the love

୧୯୭୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ତଥା ବଣ ଭୋଜି କାର୍ଯ୍ୟକ୍ରମ ରବିବାର ଦିନ ଡାଳସିଙ୍ଗା ମାର୍ଥାପୁର ସ୍ଥିତ ମା’ଖଣ୍ଡଉଣୀ ଶାଳବଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କୁଲର ଦିବଂଗତ ଇଂରାଞ୍ଜି ଶିକ୍ଷକ ଦେବଦତ୍ତ ଭଞ୍ଜ ଏବଂ ସହପାଠୀ ହରିହର ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରାୟ ୪୨ ଜଣ ସହପାଠୀ ସେମାନଙ୍କର ପରିବାର ସହିତ ନାତିନାତୁଣୀ ମାନେ ଯୋଗ ଦେଇଥିଲେ। ମନ୍ଦିର ଅଂଚଳର ସବୁଜିମା ଜଙ୍ଗଲ ପରିବେଶରେ ପିଲାମାନେ ବୁଲାବୁଲି କରିଥିଲେ। ପ୍ରାୟ ୯୯ ପ୍ରତିଶତ ସାଥିମାନେ ଅବସର ନେଇସାରିଥିବା ବେଳେ ଅଳ୍ପ କେତେ ଜଣ ଚାକିରୀ କ୍ଷେତ୍ରରେ ଅଛନ୍ତି। ମା’ଖଣ୍ଡଉଣୀ ମନ୍ଦିର ପରିଦର୍ଶନ କରିବାପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୦ଟି ଗ୍ରାମରେ ଥିବା ରାସ୍ତାଘାଟ, ମଠ ମନ୍ଦିର, ବିଦ୍ୟାଳୟ, ପାନୀୟ ଜଳ ବ୍ୟବସ୍ଥା, ସାଧାରଣ ଲୋକଙ୍କ ଚିକିତ୍ସା ବ୍ୟବସ୍ଥା, ସାମାଜିକ ସୁରକ୍ଷାର ବିକାଶ ନିମନ୍ତେ ସମସ୍ତେ ସୁଚିନ୍ତିତ ମତାମତ ଦେଇଥିଲେ। ମହିଳା ତଥା ନାତିନାତୁଣୀ ମାନେ ବିଭିନ୍ନ ନାଚଗୀତରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ବଣଭୋଜି ଆୟୋଜନରେ ପ୍ରମୋଦ ଲେଙ୍କା, କେଶବ ସାହୁ, ଶିଶିର ସାହୁ, ଗୋବର୍ଦ୍ଧନ ସାହୁ, ଶିବରାମ ସେଠୀ, ପ୍ରକାଶ ମହାନ୍ତି, ରବିନାରାୟଣ ପାତ୍ର, ଶଙ୍କର୍ଷଣ ରାଉତ, ପଙ୍କଜ ନାୟକ, ରୋହିତ ସାହୁ, ଅଖିଳ ସାମଲ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *