ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । ୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍‌ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା।

ରାଜ୍ୟର ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି ।ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳଙ୍କ ସୂଚନା ।

ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ରାଜ୍ୟପାଳଙ୍କ ଉଦ୍‌ବେଗ । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ ।ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ମଧ୍ୟ ଉଦ୍‌ବେଗ । ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ବ । ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ରଖିଲେ ମତ । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ ।

Leave a Reply

Your email address will not be published. Required fields are marked *