Spread the love

ଢେଙ୍କାନାଳ ଜିଲ୍ଲା ସଦର ନିର୍ବାଚନ ମଦଳୀ ଗଁଦିଆ ବ୍ଲଲ ଅନ୍ତର୍ଗତ ଯୋରନ୍ଦା ଅଂଚଳର ଜୟ ମା ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ଚଳିତ ବର୍ଷର ୩୧ତମ ଶାରଦୀୟ ଦୁର୍ଗାପୂଜା କଙ୍କା ଗ୍ରାମ ପୂଜା ମଣ୍ଡପରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଯାଇ ଅଛି l ତା ୨0-୧0-୨୩ ରିଖ ଶୁକ୍ରବାର -ବିଲ୍ଵାଧିବାସ, ଜଳ ଯାତ୍ରା, ତା ୨୧ -୧0-୨୩ ରିଖ ଶନିବାର -କଳସ ସ୍ଥାପନା, ମୁର୍ଣ୍ଣୟୀ ପ୍ରତିମାଙ୍କ ଜୀବନ୍ୟାସ, ସପ୍ତମୀ ପୂଜା, ତା ୨୨-୧0-୨୩ ରିଖ ରବିବାର -ଅଷ୍ଟମୀ ପୂଜା, ଚଣ୍ଡୀପାଠ, ବଳିଦାନ, ତା ୨୩-୧0-୨୩ ରିଖ ସୋମବାର -ନବମୀ ପୂଜା, ନବ କୁମାରୀ ବନ୍ଦନା, ତା -୨୪-୧ 0-୨୩ ରିଖ ମଙ୍ଗଳବାର -ଦଶମୀ ପୂଜା, ପୂର୍ଣ୍ଣାହୂତି, ବିସର୍ଜନ, ହେବା ସହ ପ୍ରତେକ ଦିନ ସକାଳରେ ସୂର୍ଯ୍ୟପୂଜା ହେବା ସହ ଦେବୀ ମାଆଙ୍କ ନୀତି କାନ୍ତି ସମୟ ଅନୁସାରେ ଚାଲିଥିଲା,କରମୂଳ ଓ ବାଇଁଶିଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅନେକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ଲାଭ କରିଥିଲେ l ପୂଜାର ଶେଶ ଦିବସ ବିଜୟା ଦଶମୀ ଦଶହରା ରେ ଢେଙ୍କାନାଳ ମାଟିର ଗର୍ବ ଗୌରବ ଗରୀବ ଖଟିଖିଆଙ୍କ ସୁଖଦୁଃଖର ସାଥି ବିଶିଷ୍ଠ ସମାଜସେବୀ ତଥା ରାଜ୍ୟସ୍ତରୀୟ କୃଷକ ନେତା ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର କଙ୍କା ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ଲାଭ କରିଥିଲେ, କଙ୍କା ଗ୍ରାମବାସୀ ତଥା ପୂଜା ପ୍ରତିଷ୍ଠାନ ତରଫରୁ ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସଂମ୍ମାନିତ କରାଯାଇଥିଲା,କର୍ତ୍ତଭାବେ ଶ୍ରୀଯୁକ୍ତ ଜଗନ୍ନାଥ ମହାମାନ ସିଂ ଓ ତାଙ୍କ ସହ ଧର୍ମିଣୀ ମମତା ମହାମାନ ସିଂ,ପୁରୋଧା ଶ୍ରୀଯୁକ୍ତ ଅସିତ କୁମାର ମିଶ୍ର, ଶ୍ରୀଯୁକ୍ତ ବଳରାମ ଦାସ, ସାନ ନନା ସ୍ମୃତି ରଞ୍ଜନ ଦାସ ପୂଜାପାଠ ଚଣ୍ଡୀପାଠ ହୋମଯଜ୍ଞ ପରିଚାଳନା କରିବା ସହ କଙ୍କା ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ଦେବୀ ପୂଜାଟି ଅତି ସୁନ୍ଦରଭାବେ ସମାପନ ହୋଇ ଯାଇ ଅଛି l ଏଥି ସହିତ ଅକ୍ଲାନ୍ତ ପରିଶ୍ରମ କରି ପୂଜାଟିକୁ ସରସ ସୁନ୍ଦର କରି ଗଢ଼ି ତୋଳିଥିବା ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ତଥା କଙ୍କା ଗ୍ରାମବାସୀଙ୍କୁ ସାଧୁବାଦ ଜଣାଇଲେ ଗ୍ରାମ ସଭାପତି ବିରଞ୍ଚି ନାରାୟଣ ଇନ୍ଦ୍ରଜିତ ସିଂ l

Leave a Reply

Your email address will not be published. Required fields are marked *