Spread the love

୩୬ ଦେଶରୁ ୨୮୮ ପଳାତକଙ୍କୁ ଭାରତ ଫେରାଇ ଅଣାଯାଇଛି: ଅମିତ ଶାହ

ନୂଆଦିଲ୍ଲୀ, ୨୮/୦୯/୨୦୨୬: ଆତଙ୍କବାଦ ମୁକାବିଲା ଓ ପଳାତକ ଅପରାଧୀଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟାକୁ ଅଧିକ ସମନ୍ୱିତ ଓ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀରେ ‘ପ୍ରହାର–ସିଟି ନୀତି ଓ ରଣନୀତି’ ସମ୍ମିଳନୀର ଉଦ୍‌ଘାଟନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୧୯ରୁ ୨୦୨୬ ମଧ୍ୟରେ ୩୬ଟି ଦେଶରୁ ୨୮୮ ଜଣ ପଳାତକ ଅପରାଧୀଙ୍କୁ ଭାରତକୁ ଫେରାଇ ଅଣାଯାଇଛି।

ଏହି ଅବସରରେ ଶ୍ରୀ ଶାହ ନୂଆ ପ୍ରତ୍ୟର୍ପଣ ପୋର୍ଟାଲ୍ର ଶୁଭାରମ୍ଭ କରିଥିଲେ। ବିଦେଶରେ ଥିବା ପଳାତକଙ୍କୁ ଭାରତକୁ ଫେରାଇ ଆଣିବା ସମ୍ପର୍କିତ ପ୍ରୟାସକୁ ଅଧିକ ସମନ୍ୱିତ ଓ ଶୀଘ୍ର କରିବାରେ ଏହି ପୋର୍ଟାଲ୍ ସହାୟକ ହେବ ବୋଲି କୁହାଯାଇଛି। ରାଜ୍ୟ ପୁଲିସ ବାହିନୀଗୁଡ଼ିକ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ୱୟରେ କାମ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ମଧ୍ୟ ଗୃହମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

‘ପ୍ରହାର’ର ୭ଟି ସ୍ତମ୍ଭ ଉପରେ ଗୁରୁତ୍ୱ

ସମ୍ମିଳନୀରେ ‘ପ୍ରହାର’ ରଣନୀତିର ସାତଟି ପ୍ରମୁଖ ସ୍ତମ୍ଭ—ପ୍ରତିରୋଧ, ପ୍ରତିକ୍ରିୟା, ଆଭ୍ୟନ୍ତରୀଣ କ୍ଷମତାର ସମନ୍ୱୟ, ମାନବିକ ଅଧିକାର, ଆତଙ୍କବାଦର ଅନୁକୂଳ ପରିସ୍ଥିତି ହ୍ରାସ, ଅନ୍ତର୍ଜାତୀୟ ପ୍ରୟାସର ସମନ୍ୱୟ ଏବଂ ପୁନରୁଦ୍ଧାର ଓ ସ୍ଥିରତା—ଉପରେ ଆଲୋଚନା ହୋଇଥିଲା। ଏଥିରେ ସମଗ୍ର ସମାଜକୁ ସାମିଲ କରି ଆତଙ୍କବାଦ ବିରୋଧୀ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଥିଲା।

ଶ୍ରୀ ଶାହ କହିଥିଲେ ଯେ ‘ପ୍ରହାର’ର ନୀତି କେବଳ ଉଚ୍ଚସ୍ତରରେ ସୀମିତ ନରହି ଥାନା ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ। ଆତଙ୍କବାଦୀ ଘଟଣାର ନିରନ୍ତର ବିଶ୍ଳେଷଣ ସହ ଆଗାମୀ ୧୦ ବର୍ଷ ପାଇଁ ଏକ ଦୃଢ଼ ବ୍ୟବସ୍ଥା ଗଠନ କରିବା ଏବଂ ପ୍ରତ୍ୟେକ ସ୍ତରରେ ତ୍ୱରିତ ଓ ସ୍ୱୟଂଚାଳିତ ଆତଙ୍କବାଦ ବିରୋଧୀ ପ୍ରତିକ୍ରିୟା ବ୍ୟବସ୍ଥାକୁ ସଂସ୍ଥାଗତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଶାହଜାଦ ଭଟ୍ଟି ନେଟୱାର୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟର ଉଦାହରଣ ଦେଇ ଗୃହମନ୍ତ୍ରୀ କହିଥିଲେ ଯେ ସୀମାପାର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିଶାଦ୍ରବ୍ୟ ଚୋରାଚାଲାଣ ସହ ଜଡ଼ିତ ଶାହଜାଦ ଭଟ୍ଟି ନେଟୱାର୍କର ୪୦ରୁ ଅଧିକ ମଡ୍ୟୁଲ୍ର ପର୍ଦ୍ଦାଫାସ କରାଯାଇଛି। ଏହି ମାମଲାଗୁଡ଼ିକରେ ୧୫ଟି ରାଜ୍ୟରେ ୧୦୦ରୁ ଅଧିକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିବା ଏବଂ ୩୫୦ ଜଣଙ୍କୁ ଗିରଫ କରାଯାଇଥିବା ଶ୍ରୀ ଶାହ କହିଥିଲେ। ତାଙ୍କ ଅନୁସାରେ, ସରକାର ଏହି ନେଟୱାର୍କକୁ UAPA ଅଧୀନରେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି।

ବୈଠକରେ ବରିଷ୍ଠ ଅଧିକାରୀଙ୍କ ଯୋଗଦାନ

ସମ୍ମିଳନୀରେ କେନ୍ଦ୍ର ଗୃହ ସଚିବ, ବୈଦେଶିକ ସଚିବ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟ, ୧୫ଟି ରାଜ୍ୟର ଡିଜିପି ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏଟିଏସ୍‌ ମୁଖ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟ ରାଜ୍ୟର ଡିଜିପି ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *