Spread the love

ଦୂଇଦିନିଆ ଥାଇଲାଣ୍ଡ ଗସ୍ତ ସାରି ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବା ପରେ ତିନିଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ପାରମ୍ପରିକ ନୃତ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ସହିତ ଭାରତୀୟ ସମୁଦାୟ ମୋଦିଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ ।ଭାରତୀୟ ସମୁଦାୟଙ୍କୁ ଭେଟିବା ସମୟରେ ପ୍ରଧାନମନ୍ତ୍ରୀ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ, ଶ୍ରୀ ଶ୍ରୀ ମାଧବଦେବଙ୍କ ଚିନ୍ତାଧାରାରେ ଅନୁବାଦ, ସଙ୍ଗୀତ ଉପରେ ପୁସ୍ତକ, ପାଲିରେ ଗୀତ ଗୋବିନ୍ଦର କିଛି ଅଂଶ ତାଙ୍କୁ ଦେଖିବାକୁ ପାଇଥିଲେ । ପପେଟ୍ ଶୋ ମଧ୍ୟ ଦେଖିଥିଲେ ପିଏମ୍ । ବିମ୍‌ଷ୍ଟେକ୍ ସମ୍ମିଳନୀ ପରେ ଶ୍ରୀଲଙ୍କା ଗସ୍ତରେ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ୩ ଦିନିଆ ଗସ୍ତରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ରାଜିନାମା ସ୍ୱାକ୍ଷର ହୋଇପାରେ । ୧୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *