Spread the love

ଭୂବନେଶ୍ୱର: ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତ ଭୀଷ୍ମ ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ତହସିଲ ଅନ୍ତର୍ଗତ ଗୌଡପାଲି ରାଜସ୍ୱ ସର୍କଲରେ ଆରଆଇ ଭାବରେ ନିଯୁକ୍ତ ଥିବା ଜଣାପଡିଛି।

ଏକ ଜମି ପଟ୍ଟା ମାମଲାରେ ରିପୋର୍ଟ ପ୍ରଦାନ କରିବା ଏବଂ ସପକ୍ଷରେ ଆରଓଆର (ଭୂମି ପଟ୍ଟା) ଜାରି କରିବା ପାଇଁ ଆରଆଇ ଜଣେ ବ୍ୟକ୍ତିଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ସେହି ବ୍ୟକ୍ତି ଏହି ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ରାଶି ଗ୍ରହଣ କରିବା ସମୟରେ ଅଧିକାରୀ ମାନେ ଆରଆଇଙ୍କୁ ଧରିଥିଲେ।ଆରଆଇଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଏହା ପରେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଥିବା ସନ୍ଦେହରେ ଆରଆଇଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଛାନଭିନ ଚାଲିଛି। ସମ୍ବଲପୁର ଭିଜିଲାନ୍ସ ଥାନା ଏହି ସମ୍ପର୍କରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *