୫୧ବର୍ଷ ପରେ ପାଞ୍ଚ ସଖାଙ୍କ ଅପୂର୍ବ ମିଳନ।।
ତାଳଚେର ୫/୧୦ ସମ୍ପର୍କ ମଧ୍ୟରେ ସାଙ୍ଗ ସାଥି ସଖା ଯେ ସର୍ବାଗ୍ରେ ତାହା ପ୍ରମାଣିତ ହୋଇଛି ଆଜି ୫୧ବର୍ଷ ପରେ ଅପୂର୍ବ ମିଳନ ହୋଇଥିବା ପାଞ୍ଚ ସଖାଙ୍କୁ ଏକାଠି ଦେଖିବା ପରେ। ଭେଟ ହୋଇଥିଲା ୧୯୭୩ ମସିହାରେ ଛେଣ୍ଡିପଦା ଶିକ୍ଷକ ତାଲିମ କେନ୍ଦ୍ର ଠାରେ। ଏହି ଶିକ୍ଷକତା ତାଲିମ ସେମାନଙ୍କୁ ସେତେବେଳେ ଏକାଠି କରି ଥିଲା। ତେବେ ଚାକିରି ଜୀବନରେ ତଥା କର୍ମମୟ ଜୀବନ ତାଙ୍କୁ ବାଧ୍ୟ କରିଥିଲା ବିଛୋଡ ଜୀବନ ଅତିବାହିତ କରିବା ପାଇଁ। ଏଵଂ ପର ମୁହୂର୍ତରେ ଜଞ୍ଜାଳ ସଂସାର ମଧ୍ୟରେ ଆବଦ୍ଧ ହୋଇ ଇତିମଧ୍ୟରେ ୫୧ ବର୍ଷ ବିତିଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରେ ରହିଥିବା ଭଲ ପାଇବା ବନ୍ଧୁତା ।ସେମାନଙ୍କ ପରିଣତି ବୟସ ରେ ମଧ୍ଯ ତାଙ୍କୁ ବାନ୍ଧି ରଖିପାରି ନାହିଁ। ଗତ କାଲି ସେଇ ୫ସଖା ମାନେ ମନସ୍ଥ କରି ଭେଟ ଘାଟ ପାଇଁ ବାହାରି ପଡ଼ିଲେ । ଓ ଆସି ପହଞ୍ଚିଲେ ତାଳଚେର ଥର୍ମାଲ ସ୍ଥିତ ଅବସରପ୍ରାପ୍ତ ଜଣାଶୁଣା ଶିକ୍ଷକ ତଥା ଗବେଷକ ଡଃ ମହେଶ୍ୱର ପ୍ରଧାନ ଙ୍କ ବାସଭବନ ରେ। ସେମାନେ ସମସ୍ତେ ସମସ୍ତଙ୍କୁ ଦେଖି ଭାବ ବିହ୍ବଳ ହୋଇପଡ଼ିଥିଲେ। ଦୀର୍ଘ ୫୧ ବର୍ଷର ବ୍ୟବଧାନ ହେଲେ ମଧ୍ଯ ପିଲାଦିନର ସ୍ମୃତି ନିଜ ନିଜ ମଧ୍ୟରେ ବଖାଣି ଥିଲେ। ଏବଂ ନିଜ ନିଜର ପୁଅ ଝିଅ ନାତି ନାତୁଣୀ ଓ ପରିବାର ସଂପର୍କରେ ବୁଝି ନେଇଥିଲେ। ପରେ ପରେ ଏକାଠି ବସି ଖାଇବା ବୁଲିବା ମନ୍ଦୀର ଭଳି ସ୍ଥାନକୁ ଯିବା ଏହିପରୀ ସହପାଠୀ ମାନେ ଦୁଇ ଦୀନ ଜୀବନ କଟାଇଲେ ସେଇ ପଞ୍ଚ ସଖା । ସେମାନେ ହେଲେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷା ନଗର ର ହାଡିବନ୍ଧୁ ବେହେରା, ପାଲଲହଡା ର ପବିତ୍ର ମହୋନ ପ୍ରଧାନ, ଆଠମଲ୍ଲିକ ର ଦୀନବନ୍ଧୁ ସାହୁ, କଣିହାଁ ର ଦ୍ବାରିକା ନାଥ ବେହେରା,ଓ ଡ଼ଃ ମହେଶ୍ୱର ପ୍ରଧାନ, ତେବେ ହଟାତ ଏହି ଅବସରପ୍ରାପ୍ତ ଶିକ୍ଷାବିତ୍ ଙ୍କୁ ଦେଖି ସ୍ଥାନୀୟ ସାଧରଣ ଲୋକଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା। ତାଳଚେର କୁ ଏତେ ଦୀନ ପରେ ଆସି ଏକତ୍ରିତ ହୋଇଥିବାରୁ ଶିକ୍ଷାବିତ୍ ଡ଼ଃ ପ୍ରଧାନ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରିଥଲେ। ସମସ୍ତେ ବୟସର ଅପରାହର୍ଣ୍ଣ ରେ ପହଞ୍ଚି ଥିବା ବେଳେ ଏହି ମିଶ୍ରଣ ତାଙ୍କ ମନରେ ପୁରୁଣା ସ୍ମର୍ତି କୁ ଉଜ୍ଜବିତ ତଥା ତାଜା କରିଦେଇଥିଲା। ସତେ ଯେମିତି ବାର୍ଦ୍ଧକ୍ୟ ସେମାନଙ୍କୁ ଛୁଇଁ ପାରି ନ ଥିଲା ଭଳି ମନେ ହେଉଥିଲା। ତେବେ ଭାବର ଆଦାନ ପ୍ରଦାନ ବେଳେ ସେମାନଙ୍କ ମନରେ ନିବିଡତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୂର୍ବରୁ ଉଠାଇଥିବା ପଞ୍ଚ ସଖାଙ୍କ ଫୋଟ ଏଵଂ ଏବେ ସେମାନଙ୍କ ବର୍ତ୍ତମାନ ର ଫୋଟ ମଧ୍ୟରେ ଫରକ୍ ଜଦିବା ଥିଲା ହେଲେ ସେମାନଙ୍କ ସଂପର୍କ ସେଇମିତି ଥିଲା ବୋଲି ତାଙ୍କର ଚାଲି ଚଳନି ଓ ହାବ ଭାବ ରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ଦେଖିବାକୁ ମିଳିଥିଲା।
