Spread the love

୫ ପ୍ରକଳ୍ପର ଶିଳାନ୍ଯାସ କଲେ ବିଧାୟକ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଜନକଲ୍ଯାଣକାରୀ ୫ଟି ପ୍ରକଳ୍ପର ଶିଳାନ୍ଯାସ କରିଛନ୍ତି ସାରସକଣା ବିଧାୟକ ଭାଦବ ହାଁସଦା I ଗ୍ରାମ ଉନ୍ନୟନ ବିଭାଗ ରାଇରଙ୍ଗପୁର ପକ୍ଷରୁ ସେତୁ ବନ୍ଧନ ଯୋଜନାରେ କିତାବେଡା – ଢଡାସାହି ରାସ୍ତା ସେଚୁ ପାଇଁ ୩۔୨୬ କୋଟି ଟଙ୍କା , ଚୁଆକାଙ୍କର – ବାଢୁଣିଆ ରାସ୍ତା ସେତୁ ପାଇଁ ୩۔୨ କୋଟି , ମାଝିସାହି ରାସ୍ତା ସେତୁ ପାଇଁ ୩۔୪୦ କୋଟି , ମଣିଚ – ଢିପୁସାହି ରାସ୍ତା ସେତୁ ପାଇଁ ୫୧୫ କୋଟି, ଅସନା- ବାଙ୍କୀଡିହି, ବିନ୍ଧାଣିସାହି ରାସ୍ତା ସେତୁ ପାଇଁ ୪۔୪୭ କୋଟି ଟଙ୍କା ବ୍ଯୟ ବରାଦ କରାଯାଇଛି I ବର୍ଷ ବର୍ଷ ଧରି ଭଲ ରାସ୍ତା କି ପୋଲଟିଏ ନଥିବା ହେତୁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଡବଲଇଞ୍ଜିନ ସରକାରଙ୍କ ପ୍ରତିବଦ୍ଧତା ତଥା ବିଧାୟକଙ୍କ ଉଦ୍ଯମକ୍ରମେ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ହୋଇପାରିଛି I ଏହି ପ୍ରକଳ୍ପଗୁଡିକ ନିର୍ମାଣ ହେଲେ ଲୋକକଙ୍କ ଯାତାୟତ ସୁଗମ ହେବା ନେଇ ମତ ପ୍ରକାଶ କରିଛନ୍ତି ବିଧାୟକ ଭାଦବ ହାଁସଦାଃ I ଶିଳାନ୍ଯାସ କାର୍ଯ୍ଯକ୍ରମ ରେ ଗ୍ରାମ୍ଯ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସଂଜିତ୍ କୁମାର ନାଏକ, ସରକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ତରେଇ, କନିଷ୍ଠ ଯନ୍ତ୍ରୀ ଛତିଶ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ I ପଞ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ସଂଜୀବ କୁମାର ମହାନ୍ତି, ବିଶୋଇ ମଣ୍ଡଳ ସଭାପତି ବନମାଳି ଗିରି, ଜିଲ୍ଲା ପରିଷଦ ସଦସ୍ଯା ବିନ୍ଦୁଷ୍ମିତା ଦେଓ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ଗୁରୁବା ମୁର୍ମୁ, ଲୁହାକାନୀ ପଞ୍ଚାୟତ ସମିତି ସଭ୍ଯ ଦିଲ୍ଲୀପ ଗିରି, କାସୁ ମାଝୀ, ବାସନ୍ତୀ ହାଁସଦାଃ, ସରପଞ୍ଚ କରୁଣାସାଗର ମାର୍ଣ୍ଡି, ସମ୍ବାରି ସିଂ, ଡମାନ ମୁର୍ମୁ, ମଣଦା ମଣ୍ଡଳ ସଭାପତି ରଞ୍ଜନ ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ନନ୍ଦ, ଆନନ୍ଦ କୁମାର ରାମ,ଶଶଧର ଗିରି , ମହେନ୍ଦ୍ର ମୁର୍ମୁ, ଚୈତନ୍ଯ ପୂର୍ତ୍ତୀ, ଆଦିତ୍ଯ ଧଳ, ଦୁର୍ଗା ପ୍ରସାଦ ପ୍ରମୁଖ ସାମିଲ ହୋଇଥିବା ବେଳେ ପ୍ରକଳ୍ପ କାର୍ଯ୍ଯନିର୍ବାହୀ ସଂସ୍ଥାର ତୁଷାରକାନ୍ତି ମଣ୍ଡଳ, ଶିବ ପ୍ରସାଦ ମହାନ୍ତ, ବିଜୟାନନ୍ଦ ମଣ୍ଡଳ, ସ୍ବରୂପ କୁମାର ମଣ୍ଡଳ ଓ ସଚିନ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *