Spread the love

ବ୍ରହ୍ମପୁର, ୧୫/୮ : ୭୯ତମ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁର ଗୋସାଇଁନୂଆଗାଁ ନେହେରୁ ନଗର ଠାରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଲେ । ସ୍ୱାଧୀନତା ଦିବସ ଆମ ସମସ୍ତଙ୍କୁ ମନେ ପକାଇ ଦିଏ ଯେ ଆମେ ଅନେକ ତ୍ୟାଗ ଏବଂ ସଂଘର୍ଷ ପରେ ଏହି ସ୍ୱାଧୀନତା ପାଇଛୁ । ଏହି ଅବସରରେ ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଏବଂ ପ୍ରଗତି ପାଇଁ କାମ କରିବା ନିମନ୍ତେ ସଂକଳ୍ପ ନେବାକୁ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ କହିଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ୍ ପାତ୍ର,ଆଇନଜୀବି ମାନଭଞ୍ଜନ ପଟ୍ଟନାୟକ,କୃଷ୍ଣ ପଲାଇ,ନୀଳକଣ୍ଠ ବେହେରା,ସଞ୍ଜୟ କୁମାର ଦାସ,ଶୀତଲ ଜେନା,ଶ୍ରୀଧର ପାଳ,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଏସ୍.ଶ୍ରନୀବାସ୍ ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *